ଶବ ରଖି ରାସ୍ତା ଅବରୋଧ
କଳାହାଣ୍ଡି---- ଗତ ରାତିରେ ଜଣେ ୧୨ବର୍ଷ ନାବାଳକ ର ଚିକିତ୍ସା ଅବହେଳାରୁ ମୃତ୍ୟୁ କୁ ନେଇ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ରେ ଶବ ରଖି ରାସ୍ତା ଅବରୋଧ ହୋଇଛି । ପରିବାର ଓ ଗାଁ ଲୋକେ। ମୃତକ ଜଣକ ହେଲେ ନର୍ଲା ର ମନୋଜ ସେନାପତି। ଗତ କାଲି ବିଳମ୍ବିତ ରାତିରେ ମନୋଜ ର ପେଟରେ ବ୍ୟଥା ହେବାରୁ ତାକୁ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ନର୍ସ ମନୋଜ କୁ ଗୋଟିଏ ଇଞ୍ଜେକସନ ଦେଇ ଘରକୁ ପଠାଇ ଦେଇଥିଲେ। ଘରେ ପହଞ୍ଚିବା ର କିଛି ସମୟପରେ ପୁଣି ମନୋଜ ଅସୁସ୍ଥ ଅନୁଭବ କରିବାରୁ ପୁଣି ତାକୁ ମେଡିକାଲ କୁ ନେଇଥିଲେ। ହେଲେ ମେଡିକାଲ ରେ ମନୋଜ ର ମୃତ୍ୟୁ ଘଟିଥିଲା। ଅନ୍ୟ ପକ୍ଷରେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ମାତ୍ର ଦନ୍ତ ଚିକିତ୍ସକ ଡାକ୍ତର ଙ୍କ ଦ୍ୱାରା ଚାଲିଥିବା ବେଳେ ଡ଼ାକ୍ତର ଅଭାବରୁ ଚିକିତ୍ସା ହୋଇ ପାରୁନଥିବାରୁ ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ତେଣୁ କ୍ଷତିପୂରଣ ଓ ଡାକ୍ତର ନିଯୁକ୍ତି ଦାବିରେ ପରିବାର ଓ ସ୍ଥାନୀୟ ଲୋକେ ରାସ୍ତା ମଝିରେ ଶବ ରଖି ଭବାନୀପାଟଣା
_ଭୂବନେଶ୍ଵର ରାସ୍ତା ଅବରୋଧ କରିଛନ୍ତି।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ ,୨୬/୧୧/୨୦----୮,୪୦