Breaking News

ଷଣ୍ଢ ନେବା ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଯୁବକ ଅଟକ

 ଡେଲାଙ୍ଗ---- ଡେଲାଙ୍ଗ ଥାନା ଅର୍ନ୍ତଗତ ମୁନିନ୍ଦା ଗ୍ରାମରୁ ଏକ ଅଟୋ ଯୋଗେ ଜଣେ ଯୁବକ ବୁଲା ଷଣ୍ଢ ନେବାକୁ ଆସିଥିବା ଜାଣିପାରି ଗ୍ରାମାବସୀ ମାନେ ତାଙ୍କୁ ଅଟକ ରଖିଥଲେ । ଅଳଉତା ଗ୍ରାମର ଗ୍ରାମରକ୍ଷୀ ସୁବାଷ ଚନ୍ଦ୍ର ମଳିକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସଙ୍ଗେ ସଙ୍ଗେ ଡେଲାଙ୍ଗ ଥାନାକୁ ଖବର ଦେଇଥିଲେ । ଖବର ପାଇ ଡେଲାଙ୍ଗ ଥାନା ଏସଆ ଉପେନ୍ଦ୍ର ନାଥ ଦାସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଦ୍ୱାରା ଅଟକ ଥିବା ଯୁବକଙ୍କୁ ଉଦ୍ଦାର କରିଥିଲେ । ଯୁବକଙ୍କ ଘର ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଚୌକା ଗ୍ରାମର ସମୀର ସାହା ବୋଲି ଜଣାପଡିଛି । ଗ୍ରାମରକ୍ଷୀଙ୍କ ଲିଖିତ ଅଭିଯୋଗ କ୍ରମେ ୨୦୫/ ୨୦ ରେ ଏକ କେସରୁଜ କରି ଅଭିଯୁକ୍ତ ସାହଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟାନାୟକଙ୍କ ଠାରୁ ସୁଚନା ମିଳିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୧/୧୧/୨୦--- ୮.୪୬

Blog Archive

Popular Posts