ବାୟୁ ପ୍ରଦୂଷଣକୁ ରୋକିବା ଲକ୍ଷ୍ୟରେ ଡେଲାଙ୍ଗରୁ କୋଣାର୍କ ପର୍ଯ୍ୟନ୍ତ ସାଇକେଲରେ ଯାତ୍ରା
ଡେଲାଙ୍ଗ --------- ବାୟୁ ପ୍ରଦୂଷଣକୁ ରେକିବା ଓଗ୍ଳୋବାଲ ୱାରମିଙ୍ଗକୁ ରୋକିବା ଲକ୍ଷ୍ୟ ନେଇ ଡେଲାଙ୍ଗରୁ କୋର୍ଣାକ ପର୍ଯ୍ୟନ୍ତ ୮୦କିଲୋମିଟର ସାଇକେଲରେ ଯାତ୍ରା କରିଛନ୍ତି ପ୍ରକୃତିବନ୍ଦୁ ତଥା ସେଭଦି ଆର୍ଥ ଫାଉଣ୍ଡେସନର ପ୍ରତିଷ୍ଠ।।ତା ବିଶ୍ୱଜିତି ପରିଡା । ପିପିଲି, ନିମାପଡା, ଗୋପ ଓ କୋଣାର୍କ ଥାନା ଅଧିକାରୀଙ୍କୁ ବୃକ୍ଷ ଚାରା ଉପହାର ଦେବା ସହ ଜନସଚେତନା ସୃଷ୍ଟି କରିବା ଲକ୍ଷ୍ୟ ରଖିଛନ୍ତି । ଡେଲାଙ୍ଗ ଅଗ୍ନିଶମ ବିଭାଗର ଅଧିକାରୀ ଚନ୍ଦ୍ର ଶେଖର ଜେନା , ବରକେରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ସବୁଜ ପତାକା ଦେଖାଇ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜୟରାମ ସାହୁ, କିଶୋର ରଣା, ସୁକାନ୍ତ ପ୍ରଧାନ, ସାରଦା ପ୍ରସାଦ ଜେନା, ଶ୍ରୀନିମାସ ସାହୁ, ପ୍ରକାଶ ଚନ୍ଦ୍ର ସେଠୀ ସୁମନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନୁଷ୍ଠିତ ସଭାରେ ବ୍ୟାୟମ କଲେ ଶରୀର ସୁସ୍ଥ ରହେ, ସାଇକେଲ ଚାଳନା କଲେ ଶରୀର ପାଇଁ ଏକ ବଡ ବ୍ୟାୟମ ସହ ବାୟୁ ପ୍ରଦୂଷଣ ରେକିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ପରିଡା କହିଥିଲେ । ସେହିପରି ଛୋଟ ଛୋଟ କାମ ପାଇଁ ଗାଡି ନଚାଳଇ ସାଇକେଲରେ ଯିବା ଆସିବା କରିବା ପାଇଁ ଯୁବପୀଡିଙ୍କୁ ସେ ଅନୁରୋଧ କରିଛନ୍ତି । କୋଣାର୍କ ପ୍ରେସ କ୍ଳବର ସମ୍ପାଦକ ସଞ୍ଜୟ ପତିଙ୍କ ନିମନ୍ତ୍ରଣ କ୍ରମେ କୋଣାର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ପରିଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୨୯/୧୧/୨୦୨୦---୮,୫୦