Breaking News

ବସୁଧା ଯୋଜନା ପ୍ରହସନ,ନଦୀ ପାଣି ଉପରେ ଭରସା


ଧରାକୋଟ  -ରାତି ପାହିଲେ ପାଣିର ଚିନ୍ତା କାରଣ ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ ଶୋଷ ମେଣ୍ଟାଇ ପାରୁ ନାହିଁ।ବାଧ୍ଯ ହୋଇ ଲୋକେ ନଦୀରେ ଚୁଆ କରି ସେଥିରୁ ପାଣି ନେଇ ପିଉଛନ୍ତି।ଏହି ଭଳି ଜଳ କଷ୍ଟ ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଉଟୁ ,ଗୋବଦ୍ଧନ ପୁରଶାସନ ଓ ନନ୍ଦିଗୋର ଗ୍ରାମର ଲୋକେ। ଗ୍ରାମର ମୁଖ୍ୟ ରାସ୍ତା କଡରେ ଏହି ତିନୋଟି ଗ୍ରାମର ଲୋକଙ୍କୁ ସୁଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନାରେ 96 ଲକ୍ଷ ବ୍ୟୟରେ ନିର୍ମାଣ କରାଯାଇଛି ଏକ ଲକ୍ଷ ଘନ ଲିଟର ଜଳ ଧାରଣ କ୍ଷମତା ଥିବା ଏକ ପାଣି ଟାଙ୍କି ।କିନ୍ତୁ ତାହା ସତେ ଯେପରି ଦାଣ୍ଡକୁ ସୁନ୍ଦର ବୋଉଳି ଗାଈ ପରି।ଅର୍ଥାତ 2014 ମସିହାରୁ ପାଣି ଟାଙ୍କି ସ୍ଥାପିତ ହୋଇଛି।ବିଦ୍ୟୁତ ଯୋଗାଣ ମଧ୍ୟ ସରିଛି,ତିନୋଟି ଯାକ ଗ୍ରାମର ପ୍ରତେକ ଗୃହକୁ ପାଣି ଟ୍ୟାପ ସଂଯୋଗ ହୋଇଛି ହେଲେ ସରକାରଙ୍କ ବହୁ ଅର୍ଥରେ ନିର୍ମାଣ କରାଯାଇଥିବା ଏହି ପାନୀୟ ଜଳ ପ୍ରକଳ୍ପଟି ଲୋକଙ୍କ କାମରେ ଆସୁନାହିଁ। ନିର୍ମାଣ ଶେଷ ହେବାର ଦୀର୍ଘ 6 ବର୍ଷ ବିତି ଯାଇଥିଲେ ମଧ୍ୟ କାହିଁକି ଲୋକଙ୍କୁ ଏହା ମାଧ୍ୟମରେ ଜଳ  ଯୋଗାଇ ଦିଆ ଯାଉନାହିଁ ସେ ବିଷୟରେ ଉପରିସ୍ତ ଅଧିକାରୀ ମାନକୁ ଗୁହାରି କରି କରି ଲୋକେ ନୟାନ୍ତ ହେଇଥିଲେ ମଧ୍ୟ ଫଳ ଘର ଶୂନ୍ୟ। ଅର୍ଥାତ" ଫଳ ଯଥା ପୂର୍ବ ତଥା ପର"।ଏପଟେ ସୁଦ୍ଧ ପାନୀୟ ଜଳ ଟୋପେ ପାଇବା ପାଇଁ ଉକ୍ତ ତିନୋଟି ଗ୍ରାମର ଲୋକେ ଚାତକ ପରି ଚାହିଁ ଚାହିଁ ଜଳକା ହୋଇଗଲେଣି।ଏବେ ଲୋକେ ପ୍ରଶ୍ନ କରିଛନ୍ତି ଯେ ସରକାରଙ୍କ ଏତେ ଅର୍ଥ ବ୍ୟୟ କରି ନିର୍ମାଣ କରା ଯାଇଥିବା ଏହି ପାଣି ଟାଙ୍କି କାହା ପାଇଁ? । ପାଣି ଟାଙ୍କି ନିର୍ମାଣ କରି କେବଳ ହରି ଲୁଟ କରିବାର ପ୍ରଶାସନର ଅଭିପ୍ରାୟ ନାହିଁତ? । ନଦୀ ଗଡ଼ିଆର ପାଣି ପିଇ ଲୋକେ ବିଭିନ୍ନ ପ୍ରକାର ଜଳ ବାହିତ ରୋଗରେ ପଡିଲେ ଉତ୍ତର ଦାଇ ପ୍ରଶାସନ ହେବତ? । ତେଣୁ ଆଶା କରୁଛୁ ଖବର ପ୍ରଚାର ପରେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଯଥା ଶୀଘ୍ର ଏହି ଗ୍ରାମ ଗୁଡିକୁ ଜଳ ଯୋଗାଣ ପାଇଁ ଧ୍ୟାନ ଦେବେ।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ,୩୦/୧୧/୨୦୨୦----୧୧,୧୫

Blog Archive

Popular Posts