କେତକୀପାଟଣା ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ପ୍ରସ୍ତାବନା ଦିବସ ପାଳିତ
ସାକ୍ଷୀଗୋପାଳ ------ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ସତ୍ୟବାଦୀ ବ୍ଳକର କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ସମ୍ବିଧାନ ପ୍ରସ୍ତାବନା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ଙ୍କ ନେତୃତ୍ୱରେ ସହିତ ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଉମାକାନ୍ତ ନାୟକ, ବିଶ୍ୱଜିତି ପ୍ରଧାନ, ବୀଣାପାଣି ସାହୁ, ରୁନୁ ବରାଳ, ଶଶୀ ଭୂଷଣ ବେହେରା ଓ ବିଦ୍ୟାଳୟର ଅନ୍ୟ ଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଡଃ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ସମ୍ବିଧାନ ପ୍ରସ୍ତାବନ ଦିବସ ଭାବେ ଶପଥ ଗ୍ରହଣ କରିଥିଲେ । ଭାରତକୁ ଏକ ସାର୍ବଭୌମ, ଧର୍ମ ନିରପେକ୍ଷ, ସମାଜବାଦୀ, ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ର ରାଷ୍ଟ ଗଠନ କରିବାରେ ସହଯୋଗ । ସମସ୍ତ ନାଗରିକଙ୍କୁ ସାମାଜିକ, ରାଜନୈତିକ, ଅର୍ଥନୈତିକ, ନ୍ୟାୟ ବିଚାର, ବିଶ୍ୱାସ ଧର୍ମ ଉପାସନାର ସ୍ୱାଧୀନତା ପ୍ରତିଷ୍ଠା ଓ ସୁଯୋଗ ର ସମତା ସହିତ ସମସ୍ତଙ୍କ ମଧ୍ୟରେ ଭାତୃତ୍ୱ ଭାବ ର ବିକାଶ ସହିତ ଜାତୀୟ ଏକତା ପ୍ରତିଷ୍ଠା ନିମେନ୍ତ ଶପଥ ନେଇଥିଲେ । ସେହିପରି ସତ୍ୟବାଦୀରେ ବିଭିନ୍ନ ବିଦ୍ୟାଳୟରେ ସମ୍ବିଧାନ ପ୍ରସ୍ତାବନା ଦିବସ ପାଳିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ରସେନାପତି, ୨୭/୧୧/୨୦୨୦-- ୬,୦୦