Breaking News

ଠିକାଦାର ଓ ପ୍ରଶାସନର ମଧୁ ଚନ୍ଦ୍ରିକା,ମେସିନରେ ଚାଲିଛି ମନରେଗା କାମ




ଧରାକୋଟ----ନିଜ ଅଞ୍ଚଳରେ ଲୋକଙ୍କୁ ୧୦୦ଦିନର ନିଶ୍ଚିତ କର୍ମ ଯୋଗାଇବା ପାଇଁ ତଥା ଏହି ମହାମାରୀ ସମୟରେ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଶ୍ରମ ପ୍ରଦାନ କରିବା ପାଇଁ ସରକାର ବିଭିନ୍ନ ବ୍ଲକ ରେ ବର୍ତମାନ ଅଧିକ NRGS କାର୍ଯ୍ୟ  ସୃଷ୍ଟି କରିଛନ୍ତି।କିନ୍ତୁ ବିଡ଼ମ୍ବନାର ବିଷୟ ପ୍ରାୟ ସ୍ଥାନରେ ଜବ କାର୍ଡ ଧାରୀଙ୍କ ପାଇଁ ଉଦ୍ଧିଷ୍ଟ ଏହି NRGS କାର୍ଯ୍ୟ କେବଳ ଠିକାଦାର ଓ ଯନ୍ତ୍ରୀଙ୍କ ପକେଟ ଗରମ କରିବା ପାଇଁ ଏକ ଅଭିନବ ଯୋଜନା ପରି ମନେ ହେଉଛି।କାରଣ NRGS କାମ ନାମରେ ମେସିନ ଲଗାଇ କାମ କରି ଅର୍ଥ ଲୁଟ କରାଯାଉଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ଲୋକ କାମ ନ ପାଇଁ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ବେଳେ ଏଠାରେ NRGS ନାମରେ ଚାଲିଛି ହରିଲୁଟ।ଏହାଭି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଧରାକୋଟ ବ୍ଲକ ଅଧିନସ୍ଥ ବହାରପୁର ଗ୍ରାମ ପଞ୍ଚାୟତରେ।ଏହି ପଞ୍ଚାୟତ ଅଧୀନରେ R. ରାମଚନ୍ଦ୍ରପୁର ନିକଟରେ ଥିବା ଢ଼ଉ ଖମାଣ ରାସ୍ତା କଡରେ ରୁଗୁମୁ,ଶୁଣ୍ଢି ପଲ୍ଲୀ,ଆଠ ଘରିଆ ଆଦି ଗ୍ରାମର ଜମିରେ ଜଳ ସେଚନ ପାଇଁ  ଏକ ଲକ୍ଷ ଟଙ୍କାରେ ଏକ ପୋଖରୀ NRGS ରେ ଖୋଲାଇବାର ବ୍ୟବସ୍ଥା ଥିବା ବେଳେ ଏବେ ସେଠାରେ ମେସିନରେ କାର୍ଯ୍ୟ କରାଯାଉଛି।ଏପରିକି କାମ ଅଧା ହୋଇଯାଇଥିବା ବେଳେ ଏଯାବତ କଯ୍ୟର ଅଟକଳ ଫଳକରେ କିଛି ଲେଖା ଯାଇ ନାହିଁ।

 ଧରାକୋଟ ରୁ-କାଳୁ ଚରଣ ମହାପାତ୍ର ରିପୋର୍ଟ,୨୧/୧୧/୨୦----୯.୪୦

Blog Archive

Popular Posts