Breaking News

ପଞ୍ଚାୟତ ବୈଠକ ନ ହୋଇ କାମକୁ ବିରୋଧ କଲେ ୱାର୍ଡ ସଭ୍ୟ ; ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ


 

ସାକ୍ଷୀଗୋପାଳ -------- ପୁରୀ ଜିଲ୍ଲା ସତ୍ôୟାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଛନ୍ତି ୱାର୍ଡ ସଭ୍ୟ ରୂପରାଜ ବେହେରା । ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କୁ ଡାକଯୋଗେ ପଠାଇଥିବା ଜଣାପଡିଛି । ସେ ତାଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ ବଳପୁର ଗ୍ରାମ ପଞ୍ଚାୟତର ସମସତିସଭ୍ୟ ସରପଞ୍ଚଙ୍କ ଅଜଣାତରେ ଯୋର ଜବର ଦସ୍ତ ମନଇଛା ନମ୍ନ ମାନର କାମ କରି ଅର୍ଥ ଲୁଟ କରୁଥିବା ଜଣାଇଛନ୍ତି । ସେଥି ମଧ୍ୟରୁ  ଅଳ୍ପଦିନ ତଳେ ୩ ୱାର୍ଡରେ ମୁଦୁଲି ସାହି ଠାରୁ କୋଠଘର ପର୍ଯ୍ୟନ୍ତ ଏକ ଗୋଡି ସିମେଣ୍ଟ ଢ଼ଲାଇ କାମ ହୋଇଥିଲା । ଏପରିକି ପୁରୁଣା ଗୋଡି ସିମେଣ୍ଟ ରାସ୍ତା ଉପରେ ନାମକୁ ମାତ୍ର ବାଲି ପକାଇ ତା ଉପରେ ନିମ୍ନ ମାନର କାମ କରାଯାଇଛି । ଅଭିଯୋଗ ଗ୍ରାମର ଯୁବକ ମାନେ ବିଡିଓ, ସରପଞ୍ଚଙ୍କୁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଏହି କାମ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ରହିଥିଲା । ଏବେ ବେହେରାସାହି ଠାରୁ ହାଟ ଗାଡିଆ ଦେଇ ଗହିରକୁ ଏକ ଡ୍ରେନ ନିର୍ମାଣ କରିବା ପାଇଁ ୱାର୍ଡ ସଭ୍ୟ ଭାବେ ପ୍ରସ୍ତାବ ଦେଇଥିଲି । ମାତ୍ର ଏହି କାମ ମୁଁ ବା ସରପଞ୍ଚ ନ ଜାଣି କିପରି କାହା ନିର୍ଦ୍ଦେଶରେ ସମିତିସଭ୍ୟ କାର୍ଯ୍ୟ ଆରମ୍ଭ କରିଛନ୍ତି ତାହା ଜଣାପଡୁନାହିଁ । ଏହି କାମ ପାଇଁ କେତେ ଟଙ୍କା ଆସିଛି ଆମେ କେହି ଜାଣିନାହୁଁ । ପଞ୍ଚାୟତରେ ଏ ସମ୍ପର୍କରେ କୌଣସି ଆଲେଚନା ହୋଇନାହିଁ । ସେହିପରି ପଞ୍ଚାୟତରେ ଫନି ବାତ୍ୟାରେ ଭାଙ୍ଗିଥିବା ଘର ଏବେ ବି ସେମାନେ ପର ଘରେ ରହୁଛନ୍ତ ମାତ୍ର  ହାତଗୁଞ୍ଜା ନ ଦେବାରୁ  ସେମାନଙ୍କର କୋଠା ଘର ଦେଖାଯାଇଛି । ଯେଉଁମାନେ ସରକାରୀ ଚାକିରୀ ଓ କୋଠାଘର ରହିଛି ସେମାନଙ୍କୁ ୯୫ ହଜାର ଟଙ୍କା ମିଳିବା ସହ ସମ୍ପୁର୍ଣ ଘର ଡ୍ରାମେଜ ଦେଖାଯାଇଛି ବୋଲି ଶ୍ରୀ ବେହେରା ଅଭିଯୋଗ ଆଣିଛନ୍ତି । ଏପରିକି ଏହି ଜାଳିଆତିରେ ଆଗ ଧାଡିର ନେତା ମାନେ ରହିଛନ୍ତି । ସେହିପରି ଲୋକଙ୍କର ପାଇଖାନା ଘର ନାହିଁ ବା ତିଆରି ନ କରି କିପରି ବିଲ କରାଯାଇଛି ତାହା ତଦନ୍ତ କରାଗଲେ ପଞ୍ଚାୟତରେ ହୋଉଥିବା ବିଭିନ୍ନ ଦୁର୍ନୀତି ପଦାକୁ ଆସିପାରନ୍ତା ବୋଲି ଜିଲ୍ଲାପାଳଙ୍କ ପାଖରେ ନିବେଦନ କରିଛନ୍ତି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୯/୧୧/୨୦, ୮.୪୦

Blog Archive

Popular Posts