ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର---- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ 103 ତମ ଜୟନ୍ତୀ ଉତ୍ସବ ଗୁରୁବାର ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି । ସ୍ଥାନୀୟ ଇନ୍ଦିରା ପାର୍କ ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟନାୟକ ଙ୍କ ନେତୃତ୍ବରେ କଂଗ୍ରେସ ନେତୃବୃନ୍ଦ ଇନ୍ଦିରାଜି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସ୍ମୃତି ଚାରଣ କରି କହିଥିଲେ ଯେ ଇନ୍ଦିରା ଗାନ୍ଧୀ ଦେଶର ଆତ୍ମା କୁ ଚିହ୍ନିଥିଲେ । ସେ ଅତ୍ୟନ୍ତ ଦୃଢ଼ମନା ମହିଳା ଥିଲେ ଓ ନୀତିରୁ କେବେ ମୁଣ୍ଡ ନୂଆଉଁ ନଥିଲେ। ଭାରତ ବର୍ଷକୁ ପୃଥିବୀରେ ସର୍ବଶ୍ରେଷ୍ଠ କରିବା ପାଇଁ ସେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଥଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଦେଶର ସଂହତି ଓ ଅଖଣ୍ଡ ତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସଂକଳ୍ପ କରାଇଥିଲେ । ସଂକୀର୍ତ୍ତନ ପରିବେଷଣ କରିଥିବା କଳାକାର ମାନଙ୍କୁ ଶ୍ରୀ ପଟ୍ଟନାୟକ ମାନପତ୍ର ପ୍ରଦାନ କରିଥିଲେ । ଧୀରେନ୍ଦ୍ର ସେନାପତି , ୧୯/୧୧/୨୦ ---୩,୪୦