Breaking News

ଥୁଆପାଲି ଲିଓ କ୍ଳବ ପକ୍ଷରୁ ଏକଦିବସୀୟ କ୍ରିକେଟ ମ୍ୟାଚ


 ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ର ବାମଦେବ ପାଢୀ ଉଚ୍ଚ ବିଦ୍ୟାଳୟ, ଝରାପାଲି ଖେଳ ପଡିଆଠାରେ ଥୁଆପାଲି ର ଲିଓ କ୍ଲବ ପକ୍ଷରୁ ଚାରିଟି ଦଳ କୁ ନେଇ ଏକ ଦିବସୀୟ କ୍ରିକେଟ ମ୍ଯାଚ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଟିତ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଳବର ସକ୍ରିୟ ସଦସ୍ୟ ସୁନୀଲ ବାଙ୍କା ଯୋଗଦେଇ ଖେଳାଳୀ ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଖେଳରେ ଭାଗ ନେଇଥିବା ଦଳ ମାନେ ହେଲେ କ୍ରାନ୍ତି ପଡା, ହଙ୍ଗାମା କ୍ଲବ, ବିହାରୀ କ୍ଲବ, ଲିଓ କ୍ଲବ ମଧ୍ଯରେ କ୍ରିକେଟ ମ୍ୟାଚ ହୋଇ ଥିଲା।ଫାଇନାଲ ମ୍ୟାଚ ବିହାରୀ କ୍ଲବ ୮ ଓଭର ରେ ୬୦ ରନ୍ କରିଥିଲେ। ଜବାବରେ ଲିଓ କ୍ଲବ ୭ ଓଭର ରେ ୬୧ ରନ ସଂଗ୍ରହ କରି ବିଜେତା ହୋଇଥିଲେ। ମ୍ୟାନ ଅଫ ଦି ମ୍ୟାଚ ଅମିତ ବିଶ୍ୱାଳ ହୋଇଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍.....

Blog Archive

Popular Posts