Breaking News

ମା ବିନ୍ଧ୍ୟ ବାସିନୀଙ୍କ ମନ୍ଦିର ପ୍ରତିଷ୍ଠା


 ଡେଲାଙ୍ଗ ------ଡେଲାଙ୍ଗ ଥାନା ଅର୍ନ୍ତଗତ ବୋଳକଣା ଗ୍ରାମରେ ‘ ମା ବିନ୍ଧ୍ୟା ବାସିନୀଙ୍କ ନୁତନ ମନ୍ଦିର ପ୍ରତିଷ୍ଠା କୋଭିଡ-୧୯ ଅନୁଯାୟୀ  ସମସ୍ତ ରିତୀନିତିରେ ସମ୍ପନ୍ନ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଗୁଆଳିପଡା ସରପଞ୍ଚ କାଳନ୍ଦୀ ଚରଣ ଜେନା ଓ ଜେନାପୁର ପଞ୍ଚୟତ ସମିତି ସଭ୍ୟ ପ୍ରଭାତ କୁମାର ଜେନା ଯୋଗ ଦେଇ ଗ୍ରାମ ଓ ଅଂଚଳକୁ ମହାମାରୀ କରୋନା କବଳରୁ ରକ୍ଷା କରିବା ନିମନ୍ତେ ମା ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଗ୍ରାମ୍ୟ କମିଟି ସଭାପତି ବ୍ରଜବନ୍ଧୁ ପରିଡାଙ୍କ ସଭାପତିତ୍ୱରେ ଗ୍ରାମର ଯୁବକ ବିଶ୍ୱନାଥ ସାହୁ,ଚିତ୍ରସେନ ପ୍ରଧାନ,ସଂଗ୍ରାମ ଲାଲ ପରିଡା,ମନୋରଞ୍ଜନ ସାହୁ,ସଦାଶିବ ପରିଡା ଙ୍କ ସମେତ ଗ୍ରାମବାସୀ ମାନେ  ସହଯୋଗ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୨୮/୧୧/୨୦୨୦---୯,୦୫

Blog Archive

Popular Posts