ଚିକିତ୍ସାରେ ଅର୍ଥ ଏବେ ସାଜିଛି ବାଧକ; ଲୁଗା ବଦଳରେ ମହିଳା ପିନ୍ଧୁଛନ୍ତି ସୁତୁଲି ଅଖା
ସାକ୍ଷୀଗୋପାଳ ---- ଦେଶ ସ୍ୱାଧୀନତାର ବହୁ ବର୍ଷ ପରେ ମଧ୍ୟବି ଲୋକଙ୍କ ପାଖରେ ଖାଇବାକୁ ଦାନା ନାହିଁକି , ଔଷଧ ଖାଇବାକୁ ପଇସା ନାହିଁ । ଯାହା ଫଳରେକି ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଲୁଗା ବଦଳରେ ସୁତୁଲି ଅଖା ପିନ୍ଦୁଛନ୍ତି ଜଣେ ମହିଳା । ଏହା କୌଣସି ଫୁଲବାଣୀ, ବା କନ୍ଧମାଳ ଅଞ୍ଚଳ ନୁହେଁ ଏହ ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ୩ନଂ ୱାର୍ଡର ହରିଜନ ସାହିର ଶ୍ରୀମତି ରବି ଭୋଇ (୪୦) । ପିଲା ଦିନରୁ ସବୁ ଠିକ ଠାକ ଥିଲା । ଘର ସସାଂର କରିବା ପାଇଁ ୨୦ ବର୍ଷ ତଳେ ବିବାହ କରିଥିଲେ ରବି । ବାହା ଘର ପରେ ରବିର ମାନସିକ ବିକାରଗସ୍ତ ହେବାରୁ ତାଙ୍କ ସ୍ୱାମୀ ଛାଡି ଦେଇଛନ୍ତି । ରବି ସେଠାରୁ ଆସିବା ପରେ ବାପା ୰ସୁବଳ ଭୋଇ ବଞ୍ଚିଥିବା ବେଳେ ମେଡିକାଲ ନେଲା ମାତ୍ର ଅର୍ଥ ଅଭାବରୁ ରବିର ଚିକିତ୍ସା ନ କରି ପାରି ଘରେ ରଖିଲେ । ରବିର ମୁଣ୍ଡ ଦିନକୁ ଦିନ ଖରାପ ହୋଇଗଲା । ଏପରିକି ରବି ନିଜେ କଣ କରୁଛି କଣ ନାହିଁ ତାହା ସେ ଜାଣି ପାରିଲା ନାହିଁ । ଏବେ ସେ ଲୁଗା ନ ପିନ୍ଦି ଏକ ସୁତୁଲି ଅଖା ପିନ୍ଦୁଛି । ନାହିଁ ତାର ଅଧାରଖାର୍ଡ ନା ଅଛି ଭୋଟର ପରିଚୟପତ୍ର । ଯାହା ଫଳରେକି ଭର୍ତ୍ତା ମିଳୁ ପାରୁନାହିଁ । ଏହି ୪୦ ବର୍ଷ ମଧ୍ୟରେ ବହୁ ସରପଞ୍ଚ , ବିଧାୟକ ଗଲେଣି ମାତ୍ର କେହି ରବି କଥା ବୁଝିବାକୁ ରାଜି ନାହାନ୍ତି ବୋଲି ରବିଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏପରିକି ସୁବଳ ମରିଯିବା ପରେ ତାଙ୍କ ପୁଅ କେଶବ ଭୋଇ ଏହି ଚିନ୍ତାରେ ସେ ମଧ୍ୟ ଅଧ ପାଗଳ ହୋଇ ପଡିଛନ୍ତି । ଏହି ପରିବାର କାହିଁ କେଉଁ କାଳରୁ ଏକଜମିରେ ଘର କରି ରହୁଛନ୍ତି । ମାତ୍ର ତାଙ୍କ ନାମରେ ମଧ୍ୟ ଜମିନାହିଁ । ଉକ୍ତ ପରିବାର ଭୂମିହୀନ । ଫନି ବାତ୍ୟାରେ କେଶବଙ୍କର ଘର ଭାଙ୍ଗି ମାଟିରେ ମିଶିଗଲା । ବାବୁ ମାନେ ଆସିଲେ ଫଟୋ ଉଠାଇଲେ ମାତ୍ର ସରକାରୀ ସାହାର୍ଯ୍ୟ ମିଳିଲା ବେଳକୁ ତାଙ୍କର କୋଠା ଘର ହୋଇଗଲା । ଏବେ କେଶବ ପରିବାର ଅନ୍ୟ ଜଣଙ୍କ ଘରେ ରହୁଛନ୍ତି । ମାତ୍ର ଗୋଟିଏ ପକ୍ଷେ ଉକ୍ତ ପରିବାର ଭୂମିହୀନ ହୋଇଥିବା ବେଳେ ଅନ୍ୟ ପକ୍ଷେ ଦୁଇ ଦୁଇ ଜଣ ମାନସିକ ବିକାରଗସ୍ତ । ଏମାନଙ୍କର ଏକମାତ୍ର ସାହା ଭରଷା ଅନ୍ତେଦ୍ୟାୟ କାର୍ଡରେ ମିଳୁଥିବା ଚାଉଳ । ବଳପୁର ଗ୍ରାମ ପଞ୍ଚାୟତର ୩ ନଂ ୱାର୍ଡ ସଭ୍ୟ ରୂପରାଜ ବେହେରା ଏ ସମ୍ପର୍କରେ ବାରମ୍ବାର ସରପଞ୍ଚଙ୍କୁ ଅଭିଯୋଗ କରିବା ପରେ ଫନି ଅର୍ଥରୁ ୧୦ କେଜି ଚାଉଲ ଓ ୩ଶହ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାପଡିଛି । ମାତ୍ର ଏହି ପରିବାରର ଘର ମାଟିରେ ମିଶିଯାଇଥିଲେ ମଧ୍ୟ ହାତଗୁଞ୍ଜା ନ ଦେବାରୁ ତାର ଘର ଛାତ ହୋଇଗଲା । ପୁରୀ ଜିଲ୍ଲାପାଳ ତୁରନ୍ତ ଶ୍ରୀମତି ରବି ଭୋଇର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଅର୍ଥ ଯୋଗାଇ ଦେବା ସହ ଉକ୍ତ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ୱାର୍ଡ ସଭ୍ୟ ଶ୍ରୀ ବେହେରା ନିବେଦନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି