Breaking News

ବିନା ଭକ୍ତରେ ଅଁଳାନବମୀ ଓ ବଡ ଏକାଦଶୀ ପର୍ବ ପାଳନ ହେବ; ସେବାୟତ ଓ ମନ୍ଦିର କର୍ମଚାରୀ ମାନେ ଦର୍ଶନ କରିବେ


ସାକ୍ଷୀଗୋପାଳ----ଏ ବର୍ଷ ବିନା ଭକ୍ତରେ ଅଁଳାନବମୀ ଓ ବଡ ଏକାଦଶୀ ପାଳନ କରାଯିବ ବୋଲି ପ୍ରଶ।।ସନ ପକ୍ଷରୁ କୁହାଯାଇଛି । ମାତ୍ର ସେବାୟତ ଓ ମନ୍ଦିର କର୍ମଚାରୀ ମାନେ ଠାକୁରଙ୍କୁ ଦର୍ଶନ କରି ପାରିବେ , ଯେଉଁ ମାନଙ୍କର  ସେ ଦିନ ନୀତି‌କାନ୍ତି ସହିତ ଜଡିତ ସେମାନେ ମନ୍ଦିର ଯାଇ ପାରିବେ   ବୋଲି ଜିଲ୍ଲାପାଳ ଗଣ ମାଧ୍ୟମ ଆଗରେ କହିଛନ୍ତି । ପୁରୀ ଜିଲ୍ଲାର ଦୁତୀୟ ଗଣ ପର୍ବ ଭାବେ ସାକ୍ଷୀଗୋପିନାଥଙ୍କର ଅଁଳାନବମୀ ପର୍ବ । ଆସନ୍ତା ମାସ ୨୩ ତାରିଖ ଅର୍ଥାତ ସୋମବାର ଦିନ ଏହି ପର୍ବ ପାଳନ କରାଯିବ । ବର୍ଷକୁ ଥରେ ମା ରାଧାଙ୍କ ପାଦ ଦର୍ଶନର ସୁଯୋଗ ମିଳୁଥିବାରୁ ରାଜ୍ୟ ଓ ରାଜ୍ୟ ବାହାରରୁ ଭକ୍ତ ମାନେ ଆସିଥାନ୍ତି । ଏଥିଯୋଗୁ ଗହଳି ଚହଳି ଲାଗିଥାଏ । ମାତ୍ର ଏ ବର୍ଷ ରାଜ୍ୟରେ ମହାମାରି କରୋନା ଯୋଗୁ ମନ୍ଦିର ବନ୍ଦ ରଖାଯାଇଛି । ଏହି ଅବସରରେ ସାକ୍ଷୀଗୋପାଳ ପାନ୍ଥଶାଳାରେ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅଁଳାନବମୀ ପର୍ବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କାର୍ଯ୍ୟନିବାହୀ ଅଧିକାରୀ ବିନୋଦ କୁମାର ସ୍ୱାଇଁ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ପରେ ପରେ ଉପଜିଲ୍ଲାପାଳ ଭବତରଣ ସାହୁ ଏ ବର୍ଷ କରୋନା ଯୋଗୁ ରାଜ୍ୟ ସରକାରଙ୍କ ଗାଇଡି ଲାଇନ ଅନୁଯାୟୀ ଠାକୁରଙ୍କ ନୀତି କାନ୍ତି କରାଯିବ , ମାତ୍ର ଭକ୍ତ ମାନଙ୍କୁ ମନ୍ଦିର ବାରଣ କରାଯାଇଛି । ପୁରୀ ଏସପି ଅଖିଳେଶ୍ୱର ସିଂ କହିଥିଲେ ସାକ୍ଷୀଗୋପାଳର ସମସ୍ତ ପ୍ରବେଶ ପଥକୁ ସିଲ କରାଯିବା ସହ ମନ୍ଦିର ପରିସରକୁ କୌଣସି ବାହାର ଭକ୍ତଙ୍କୁ ଛଡାଯିବ ନାହିଁ । ସେଥିପାଇଁ ପୋଲିସ ସଜାଗ ରହିବେ । ଅନ୍ୟ ପକ୍ଷେ ଅତିରିକ୍ତ ଦେବତ୍ତର କମିଶନର ଶ୍ରୀଦିପ୍ତ ମିଶ୍ର ବହୁ ଶିଘ୍ର ସେବାୟତ ମାନଙ୍କୁ କୋଭିଡ ସହାୟତା ସହ ଅଁଳାନବମୀ ପର୍ବ ପାଇଁ ପାଉଣା ଯୋଗାଇଦିଆଯିବ ବୋଲି କହିଥିଲେ । ବିଡିଓ କ୍ଷୀରୋଦ ପ୍ରଧାନ , ସ୍ଥାନୀୟ ବିଧାୟକ ଆସିନପାରିବାରୁ ତାଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ସତ୍ୟବାଦୀ ତହସିଲଦାର ମନୋଜ ନାୟକ, ଅତରିକ୍ତ ତହସିଲଦାର ମୌସୁମି ମିଶ୍ର, ଥାନାର ସେକେଣ୍ଡ ଅଫିସର ବସନ୍ତ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ପକ୍ଷେ ସେବାୟତ ସଂଘର ସଭାପତି ରାମଚନ୍ଦ୍ର ମହାପାତ୍ର, ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ସହ ସମ୍ପାଦକ ସଂଗୟ କୁମାର ନନ୍ଦ ଓ କୋଷାଧ୍ୟକ୍ଷ ଭର୍ଗଦେବ କୋଠାରୀ ପ୍ରମୁଖ ଉପସ୍ଥିତ ରହି ଠାକୁରଙ୍କ ନୀତି କାନ୍ତି ସଠିକ ସମୟରେ କରାଯିବା ସହ ସେମାନଙ୍କ ପାଉଣା ସମ୍ପର୍କେ ଆଲେଚନା କରିଥିଲେ । ଜିଲ୍ଲାପାଳ ନିୟମ ଅନୁସାରେ ସମସ୍ତ ପାଉଣା ପ୍ରଦାନ କରାଯିବ ବୋଲି କହିଥିଲେ । ଶେଷରେ ମନ୍ଦିର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ୨୦/୧୧/୨୦---୭, ୧୦

Blog Archive

Popular Posts