Breaking News

କବି ସମ୍ମଳନୀ ଅନୁଷ୍ଠିତ


 ସାକ୍ଷୀଗୋପାଳ ----  କୋଭିଡ-୧୯ ଆଇନ ଅନୁଯାୟୀ ସାକ୍ଷୀଗୋପାଳ ବେସରକାରୀ   ମିଲିଟାରୀ ଇଂରାଜୀ ସ୍କୁଲ ପରିସରରେ ସୋମବାର ଅପରାହ୍ନରେ ଏକ କବି ଓ କବୟତ୍ରୀ ମାନଙ୍କୁ ନେଇ କବି ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କବ ିସମ୍ମଳନୀରେ ୨୦ ଜଣ କବି କବୟତ୍ରୀ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ ।  ସତ୍ୟବାଦୀରେ ଏକ ସାହିତ୍ୟ ସଂସଦ ଗଠନ ପାଇଁ ପ୍ରସ୍ତାବ ଗୃହୀତ ହୋଇଯାଇଛି । ଏହାର ନାମ ବକୁଳବନ ସାହିତ୍ୟ ସଂସଦ ରଖିବା ପାଇଁ ସର୍ବସମ୍ମତି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ସୁନନ୍ଦା ମହାନ୍ତିଙ୍କ ରଚିତ କବିତା ସଂକଳନ  “ ଭାରି ଏ ଅବୁଝା ମନ ” ପରିପ୍ରକାଶ ପାଇଥିଲା । ପୁସ୍ତକଟିକୁ ଅନୁଷ୍ଠିତ କବି ସମ୍ମଳନୀର ସଭାପତି କବି ପ୍ରଭାତ ଚନ୍ଦ୍ର ମିଶ୍ର, ପ୍ରପୁଲ ଚନ୍ଦ୍ର ମିଶ୍ର, ଗୋବିନ୍ଦ୍ର ଚନ୍ଦ୍ର ‘ାରକ୍ ଓ ରବୀନ୍ଦ୍ର ନାଥ ଷଢ଼ଙ୍ଗୀଙ୍କ ଦ୍ୱାରା ପୁସ୍ତକଟଇ ଉନ୍ମୋଚନ କରାଯାଇଥିଲା । ଶିକ୍ଷକ ବିଜୟ କୁମାର ପରିଡା, ମାନଓ ରଞ୍ଜନ ପଟ୍ଟନାୟକ, ସୁନନ୍ଦା ମହାନ୍ତି ଓ ବିଶଖା ଦେବୀ କାର୍ଯ୍ୟକମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମ୍ମରେ କବି ଯୋଗେଶ ଚନ୍ଦ୍ର ନାୟକ, ପାଣ୍ଡବ ମହାରଣା, ବିଜୟ ମହାନ୍ତି, ବିଭୁତି ହୋତା, ନରଞ୍ଜନ ବରାଳ ପ୍ରମୁଖ କବି କବୟତ୍ରୀ ମାନେ ଯୋଗ ଦେଇଥିଲେ । ସାକ୍ଷୀଗୋପାଳର ଧୀରେନ୍ଦ୍ର ସେନାପତି , ୨୪/୧୧/୨୦୨୦ ----୮, ୦୫

Blog Archive

Popular Posts