Breaking News

ପାନୀୟଜଳ ସମସ୍ୟା ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ


  ବୌଦ୍ଧ  ପାନୀୟ ଜଳ ସମସ୍ୟାକୁ ନେଇ ଜଳଯୋଗାଣ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ । ପ୍ରତିଶ୍ରୁତି ପରେ ପାନୀୟଜଳ ନମିଳିବାରୁ ଶେଷରେ ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟ ଘେରାଉ ସହ ଦୀର୍ଘ ସମୟ ଧରି ଧାରଣାରେ ବସିଛନ୍ତି ଗ୍ରାମବାସୀ ।
ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ପଞ୍ଚାୟତ ନାଏକ ପଡା ଗ୍ରାମରେ ଦୀର୍ଘ ଦିନରୁ ଥିବା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇଯାଇଛି । ଫଳରେ ଗାଁ ଲୋକେ ପାନୀୟଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଗତ ମାସରେ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । କେହି କିଛି ନ ଶୁଣିବାରୁ ଗ୍ରାମ ବାସୀ ମାନେ ଆନ୍ଦୋଳନ କୁ ଓହ୍ଲାଇ ଥିବା ଜଣାପଡିଛି ।

:-ବୌଦ୍ଧ ରୁ ପ୍ରଣତି ପଣ୍ଡା ଙ୍କ ରିପୋର୍ଟ , ୧୮/୧୧/୨୦ , ୧୦, ୩୦

Blog Archive

Popular Posts