Breaking News

ଶୁଖିଲା ଖାଦ୍ୟ ବଣ୍ଟନ


ବେଗୁନିଆ------ ବେଗୁନିଆ ନିର୍ବାଚନ ମଣ୍ଡଳୀର ସାନପଦର,ଭୋଗଡା, ଗୋବିନ୍ଦପୁର, ଗଉଡ଼ପଟଣା,ଗେଡ଼ିଆପଲ୍ଲୀ, କଣ୍ଟାବାଡ଼ ଓ ଭିଇଁପୁରସମେତ ବିଭିନ୍ନ  ଗ୍ରାମରେ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଛି। ସିପିଆଇର ବରିଷ୍ଠ ନେତା ବସନ୍ତ କୁମାର ପାଇକରାୟଙ୍କ ସହଯୋଗରେ ବରିଷ୍ଠ ସମାଜସେବୀ ବଂଶୀଧର ଭୂୟାଁଙ୍କ ଦ୍ୱାରା ଚୁଡା, ଗୁଡ଼,ବିସ୍କୁଟ ଓ ପାଉଁରୁଟି ଆଦି ବିଭିନ୍ନ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରିଥିଲେ । କରୋନା ମହାମାରୀ ରୋଗରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର ସମ୍ପର୍କରେ ଅବଗତ  କରାଇଥିଲେ । ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା,୨୩/୧୧/୨୦୨୦,୧୧,୫୦

Blog Archive

Popular Posts