Breaking News

କୃଷିର ବିକାଶ ଓ ଆତ୍ମ ନିର୍ଭର ଶିଳତା ସର୍ମ୍ପକିତ ତାଲିମ ଶିବିର

 ଡେଲାଙ୍ଗ ----କୃଷି ବିଜ୍ଞାନ କେନ୍ଦ୍ର ପୁରୀ ଓ କୃଷକ ଭାରତୀ ସମବାୟ ଲିମିଟେଡ ଓଡିଶା ଭୂବନେଶ୍ୱର ଆନୁକୁଲ୍ୟରେ ଆଜି ସାଉରିଆ ପଞ୍ଚାୟତ ଅନ୍ତର୍ଗତ କୁଆପଦା ଗ୍ରାମ ବଣିବକ୍ରେଶ୍ୱର ମନ୍ଦିର ସନିକଟ ରାଧାମାଧବ ମନ୍ଦିର ପରିସରରରେ  ଏକ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ରମେଶ ପାଟ୍ଟଶାଣୀ ତାଲିମ ଶିବିରରେ  ସଭାପତିତ୍ୱ କରିଥିଲେ ।  ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ଏମଏସ ର ଡାକ୍ତର ଜଗନ୍ନାଥ ସାହୁ  ଯୋଗଦେଇ  ତାଲିମ ଶିବିରଟିକୁ କୋଭିଡ-୧୯ ଆଇନକୁ ମାନି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପୁରୀ କୃଷି ବିଜ୍ଞାନ କେନ୍ଦ୍ରର  ବୈଜ୍ଞାନିକ ତଥା ପ୍ରଶିକ୍ଷକ ଡାକ୍ତର ସଂଜୟ ମହାନ୍ତି ,ଡା.ମାନସ ରଞ୍ଜନ ବେହରା, ଦିପଶିଖା ପରମଜିତା ଯୋଗ ଦେଇ ରୋଗପୋକ ମତ୍ସ୍ୟ,କୃଷି ଯନ୍ତ୍ରପାତି ସମ୍ବଦ୍ଧିୟ ନୂତନ ଜ୍ଞାନ କୈାଶଳ ସମ୍ପର୍କରେ ଉପସ୍ଥିତ କୃଷକ  ଭାଇ ଭଉଣୀ ମାନଙ୍କୁ ପ୍ରଶକ୍ଷିଣ ଦେଇଥିଲେ । ଜୈବ ଓ ଅଣୁ ସାର ପ୍ରୟୋଗ କରିବା ଏବଂ ଆଧୁନିକ ପ୍ରଣାଳିରେ କୃଷି କାର୍ଯ୍ୟ ତ୍ୱରାନିତ କରିବାକୁ  ବୈଜ୍ଞାନିକ ମାନେ ଉପସ୍ଥିତ ଶିବିରାର୍ଥିଙ୍କୁ ପରାମର୍ଶ ଦେଇଥିଲେ । ତାଲିମ ଶିବିରର ଆୟୋଜକ ଜାତୀୟ ସ୍ତରୀୟ ସହକାରୀ ସଂସ୍ଥା ସାର ଓ ରସାୟନ ବିଭାଗ କ୍ରିଭିକୋ ପକ୍ଷରୁ କୃଷିର ବିକାଶ ଓ କୃଷକଙ୍କ ଆତ୍ମା ନିର୍ଭରଶିଳତା ତଥା ଆର୍ଥିକ ମାନଦଣ୍ଡ ବିକାଶ ଦିଗରେ ସଂସ୍ଥାର ମୁଖ୍ୟ ପ୍ରବଦ୍ଧକ ଅରବିନ୍ଦ ସିଂହ ,କ୍ଷେତ୍ରଅଧିକାରୀ ପ୍ରତିଶ୍ କୁମାର ମିଶ୍ର ଓ ସୋମ୍ୟ ରଞ୍ଜନ ତ୍ରିପାଠୀ ପ୍ରମୁଖ ଗୁରୁତ୍ୱାରୋପ କରିଥିଲେ । କ୍ରିଭିକୋ ପକ୍ଷରୁ ଚାଷି ମାନଙ୍କୁ ଏନପିକେ୧,ଏନପିକେ୨, ଜୈବିକସାର ବଣ୍ଟନ କରାଯାଇଥିଲା ।  ପୁରୀ କୃଷି ବିଜ୍ଞାନ ପକ୍ଷରୁ ଉପସ୍ଥିତ ଚାଷୀ ମାନଙ୍କୁ ବିଭିନ୍ନ ଚାରା ବଣ୍ଟନ କରାଯାଇଥିଲା । ରବିନ୍ଦ୍ର ରାଉତରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଏହି ତାଲିମ ଶିବିରରେ ଘନିପୁର,ସାଉରିଆ,ଗଡମୋଟରୀ ଓ କଲ୍ୟାଣପୁର ପଞ୍ଚାୟତର ୧୫୦ରୁ ଅଧିକ ଚାଷି ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଏମଏସ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯକ୍ରମ ପରିଚାଳନା ଲିଳେନ୍ଦ୍ର ଜେନା ,ଚିତ ରଞ୍ଜନ ଜେନା,ପ୍ରକାଶ ପରିଡା ,ଗଙ୍ଗାଧର ନିଶଙ୍କ ଓ ମହେନ୍ଦ୍ର ହରିଚନ୍ଦନ ପ୍ରମୁଖ ସହଯୋଗ କରିଥିଲେ । ସ୍ୱାଧୀନ ସେବା ସଂସ୍ଥାନର ପ୍ରତିଷ୍ଠାତା ତଥା ସମାଜସେବୀ ଶଶୀ ଶେଖର ରାୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ା ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି ,   ୧୨/୧୧/୨୦--- ୯.୧୦ 

Blog Archive

Popular Posts