ବୀରରାମଚନ୍ଦ୍ରପୁରରେ କୋଭିଡ-୧୯ ଆଇନ ଅନୁଯାୟୀ ଧବଳେଶ୍ୱର ମେଳା ଅନୁଷ୍ଠିତ
ସାକ୍ଷୀଗୋପାଳ----ପବିତ୍ର କାର୍ତ୍ତିକ ମାସ ଶିବ ବୈକୁଣ୍ଠ ଚତୁର୍ଦ୍ଧଶୀ ତିଥିରେ ଧବଳେଶ୍ୱର ଶୈବପୀଠ ଗୁଡିକରେ ବଡଓଷା ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମର ଧବଳେଶ୍ୱର ମନ୍ଦିରରେ ଧବଳେଶ୍ୱର ମେଳା ଉପଲକ୍ଷେ ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କୋଭିଡ-୧୯ ଅନୁଯାୟୀ କରାଯାଇଥିଲା । ସକାଳୁ ମନ୍ଦିର ଦ୍ୱାର ଉନ୍ମୋଚନ, ମଙ୍ଗଳଆଳତି, ଅବକାଶ ବେଶ, ଆଳତି ଓ ବାଳଭୋଗ ପରେ ଭକ୍ତ ମାନେ ମନ୍ଦିର ବେଢ଼ା ପରିସରରେ ଠିଆ ହୋଇ ଦୀପ ବସାଇବା ସହ ଠାକୁରଙ୍କୁ ଦର୍ଶନ କରିଥିଲେ । ଜଳାଭିଷେକ, ଚୁଡାଘଷା ଶ୍ରଦ୍ଧାଳୁ ମାନଙ୍କୁ ଧବଳେଶ୍ୱର ଉନ୍ନୟନ କମିଟି ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା । ଧବଳେଶ୍ୱର ମେଳାରେ ବହୁ କମ ସଂଖ୍ୟାର ଲୋକଙ୍କୁ ଦେଖିବାକୁ ମିଳିଥିଲା । ସେହିପରି ବିଶ୍ୱନାଥପୁର ପଞ୍ଚାୟତର କଦଳୀପଡା ଗ୍ରାମରେ ଥିବା ଧବଳେଶ୍ୱର ମହାଦେବଙ୍କ ପାଖରେ ବଡଓଷା ପର୍ବ ପାଳିତ ହୋଇଯାଇଛି । ସେହିପରି ସତ୍ୟବାଦୀରେ ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ମହାଦେବଙ୍କ ମନ୍ଦିରରେ ବଡଓଷା ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଦେଖିବାକୁ ମିଳିଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୮/୧୧/୨୦୨୦---୭, ୫୦