Breaking News

ବଳପୁର ଶାସନ ଗ୍ରାମରେ ଗୀତାଜ୍ଞାନ ଯଜ୍ଞର ପୂର୍ଣ୍ଣାହୂତି


 ସାକ୍ଷୀଗୋପାଳ-----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଶାସନରେ ୨୧ତମ ଗୀତାଜ୍ଞାନ ଯଜ୍ଞ ଗ୍ରାମ ଦେବତା ଗୋପିନାଥ ଦେବଙ୍କ ନିକଟରେ କୋଭିଡ-୧୯ ଅନୁଯାୟୀ ପାଳିତ ହୋଇଯାଇଛି । ମହାକାର୍ତ୍ତିକ ମାସ ରାସ ପୂର୍ଣ୍ଣମୀ ସୋମବାର ଅପରାହ୍ନରେ ପୂର୍ଣ୍ଣାହୂତି ହୋଇଯାଇଛି । ଶନିବାର ଅଧିବାସ ,ରବିବାର ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିଲା । କାର୍ତ୍ତିକର ପଞ୍ଚୁକ ପାଞ୍ଚଦିନ ଗ୍ରାମରେ ସମସ୍ତ ପରିବାର ହବିଷାନ୍ନରେ ରହିବା ସହ ଗ୍ରାମକୁ ଆମିଷ ନିଷେଧ କରାଯାଇଥିଲା  । ଗ୍ରାମର ସମସ୍ତ ପରିବାରଙ୍କ ଘର ଦୂଆର ଆଗରେ ପୂର୍ଣ୍ଣକୁମ୍ଭ ସ୍ଥାପନ ସହ ଦୀପ ଜଳୁଥିଲା । ଯଜ୍ଞରେ କର୍ତ୍ତା ଭାବେ ସୀମାଚଳ ମହାପାତ୍ର ଓ କର୍ତ୍ତୀ ଭାବେ ଲିପସା ମହାପାତ୍ର କାର୍ଯ୍ୟ ତୁଳାଇଥିଲେ । ବଳପୁର ଶାସନ ମହାଜନ କୋଠ ଆନୁକୂଲ୍ୟରେ ଏହି ଯଜ୍ଞଆୟୋଜନ କରାଯାଇଥିଲା ।ପଣ୍ଡିତ ବିଭୁତି ଭୂଷଣ କର ଓ ବିଷ୍ଣୁ ପ୍ରସାଦ ଦାଶ ଯଜ୍ଞ କର୍ମ ସମ୍ପାଦକ କରିଥିଲେ । ୨୧ଜଣ ଏକ ସଙ୍ଗେ ଗୀତା ଆବୃତି କରିଥିଲେ । ଯାହାକି ଉକ୍ତ ଗୀତା ପାଠ ଯୋଗୁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସେହିପରି ଆନନ୍ଦପୁର ହାଣ୍ଡୋଳୋଇ ଠାକୁରାଣୀ, ପାରକେଣା ଗ୍ରାମରେ ଥିବା ଗୋପୀନାଥ, ହରିପୁରର ପାଳପୋଛି,ବିଦ୍ୟାଧରପୁର ଗ୍ରାମରେ ପୂଜିତ ମା ଚର୍ଚ୍ଚିକାଙ୍କ ପୀଠରେ ମଧ୍ୟ ନାମଯଜ୍ଞ ସହ ନଗର କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ସେହିପରି ସତ୍ୟବାଦୀରେ ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ମଠ, ଠାକୁର, ଠାକୁରାଣୀଙ୍କ  ମନ୍ଦିର ମାନଙ୍କରେ କାର୍ତ୍ତିକ ପୁର୍ଣ୍ଣମୀ ପାଳିତ ହୋଇଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୩୦/୧୧/୨୦୨୦---୮,୧୫


Blog Archive

Popular Posts