ଅଁଳାନବମୀରେ ଅଁଳାବୃକ୍ଷ ରୋପଣ ଓ ଅଁଳା ବୃକ୍ଷଦାନ
ଡେଲାଙ୍ଗ----- ପବିତ୍ର କାର୍ତ୍ତିକ ମାସ ଅଁଳା ନବମୀ ତିଥିରେ ହବିଷ୍ୟାଳିଙ୍କୁ ଅଁଳାବୃଧ ଦାନ ସହ ଅଁଳା ବୃକ୍ଷ ରୋପଣ ଓ ନୂଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ବୋଲକଣା ସ୍ଥିତ ଇଶାଣେଶ୍ୱର ଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ରାଧା ମୋହନମନ୍ଦିର ସମ୍ମୁଖରେ ଧର୍ମପରାୟଣ ମହିଳା ଜାନକୀ ପାଢ଼ୀ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଧାମଣୀ ପାଢ଼ୀ, ଗୁନମଣୀ ପାଢ଼ୀ, ସୋମନାଥ ଛାଟୋଇ, ପର୍ଶୁରାମ ପ୍ରଧାନ, ରାମଚନ୍ଦ୍ର ସାହୁ, ସବିତା ପାଢ଼ୀ ପ୍ରମୁଖ ଅଁଳା ବୃକ୍ଷ ମୂଳରେ ପୂଜାର୍ଚ୍ଚନା କରିଥିଲେ । ବୃକ୍ଷଦାନ ମହାପୂଣ୍ୟ କଥା କହିବା ସହ ପରିବେଶ ବିତ୍ତି ତଥା ଆଇନଜୀବୀ ହୃଷିକେଷ ପାଢ଼ୀ ଅଁଳା ବୃକ୍ଷ ରୋପଣ କରିବା ସମୟରେ ଉପସ୍ଥିତ ଥିବା ମହିଳା ମାନେ ହୁଳହୁଳି, ହରିବୋଲ, ଗଣ୍ଟ ବଜାଇ ବୃକ୍ଷ ରୋପଣ କରାଯାଇଥିଲା । ସେହିପରି ଗୁଡୁପାଇଲୋ ଗ୍ରାମର ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣ ପରିସରରେ ଅଁଳା ବୃକ୍ଷ ରୋପଣ କରାଯାଇଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୨୩/୧୧/୨୦ , ୧୦--୪୦