Breaking News

ବୈଜ୍ଞାନିକ ପର୍ଦ୍ଧତିରେ ନଡିଆ ଚାରା ରୋପଣ ,ରୋଗପୋକ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ତାଲିମ ଶିବିର


 ସାକ୍ଷୀଗେ।।ପଳ ------ ପୁରୀ ଜିଲ୍ଲାର ସତ୍ୟବାଦୀ ଅଞ୍ଚଳ ନଡିଆ ଚାଷ ପାଇଁ ବେଶ ସୁନାମ ଅର୍ଜନ କରିଥିଲା । ଫନିବାତ୍ୟାରେ ନଡିଆ ଗଛ ଲୋପ ପାଇଗଲା କହିଲେ ଭୁଲ ହେବନାହିଁ । ଯେଉଁ ଗଛ କିଛିଟା ଫନିରୁ ରକ୍ଷା ପାଇଯାଇଥିଲା ତାହା ଏବେ ବି ସିଧା ହୋଇ ପାରିନାହିଁ । ଏହାକୁ ନଜର କରି ରାଜ୍ୟ ସରକାରଙ୍କ ପକ୍ଷରୁ ନଡିଆ ଚାଷୀ ମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସହଯୋଗର ହାତ ବଡାଇଛନ୍ତି । ସେଥି ମଧ୍ୟରୁ  ଓଡିଶା ଜୀବିକା ମିଶନ ଏବଂ ଇକ୍ରିସାଟ ଅନୁଷ୍ଠାନ ର ମିଳିତ ସହଯୋଗରେ ସାକ୍ଷୀଗୋପାଳରେ ବୈଜ୍ଞାନିକ ପର୍ଦ୍ଧତିରେ ନଡିଆ ଚାରା ରୋପଣ ,ରୋଗପୋକ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନର ଡ.ବିଭୁସନ୍ତୋଷ ବେହେରା, ଏସ ଏମଏମୟୁ ଭୁବନେଶ୍ୱରର ସାୟମା ସ୍ୱର୍ଗ, ଗଣେଶ ଚନ୍ଦ୍ର ସାହୁ, ମଧୁ ଚନ୍ଦ୍ର ପ୍ରଧାନ, ମମତା ମାୟଧରଙ୍କ ସହିତ ଏଲ, ଏମ କର୍ମଚାରୀ ମାନେ ଯୋଗ ଦେଇଥିଲେ ।  ଏହି ତାଲିମ ଶିବିରରେ କୃଷିମିତ୍ର, ସି,ଆର, ପି , ଏମ, ବି,କେ ଏବଂ ବି ଏଲସି ମାନଙ୍କୁ ପୁରୁଣା ପଦ୍ଧତି ଛାଡି ଆଜିର ବିଜ୍ଞାନ ପଦ୍ଧତିରେ ନଡିଆ ଚାରା  ରୋପଣ ଏବଂ ନଡିଆ ଗଛର ପରିଚାଳନା ସହିତ ଅଣୁ ଫସଲ ଏବଂ ରୋଗ ପୋକ ନିୟନ୍ତ୍ରଣ ସମ୍ମର୍ନ୍ଧରେ ଇକ୍ରିସାଟର କନସଲଟାଣ୍ଟପି.କେ , ମିଶ୍ର ଓ ଶରତ ଚନ୍ଦ୍ର ସାହୁ ଇକ୍ରିସାଟର ଅଧିକାରୀ ଓଟାୟତ ଅହମ୍ମଦ ଖାନ , ପିୟବ୍ରତ ଚାନ୍ଦ , ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦେବଦାସ ଦତ୍ତ ,  ଓୟୁଏଟି ଭୁବନେଶ୍ୱର ପ୍ରଫେସର ଡ. ଶରତ ଚନ୍ଦ୍ର ସାହୁ ଏ ସମ୍ପର୍କରେ ବିସ୍ତୁତ ଆଲେଚନା କରିଥିଲେ । ଓ ଏଲ ଏମ - ଇକ୍ରିସାଟ ପ୍ରକଳ୍ପରେ ଓଡିଶା ଜୀବିକା ମିଶନର ଭୁମିକା ସମ୍ମନ୍ଦରେ ଡ. ବିଭୁସନ୍ତୋଷ ବେହେରା ଆଲୋକପାତ କରିଥିଲେ । ଏହି ଅବସରରେ ନଡିଆ ଚାରା ଓ ରୋଗପୋକ ନିୟନ୍ତ୍ରଣ ଉପରେ ଆଧାରିତ ଦୁଇଟି କ୍ଷୁଦ୍ର ପତ୍ରିକାକୁ ଯୋଗ ଦେଇଥିବା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts