Breaking News

ବିନା ଛାତ୍ରରେ ୭୨ ତମ ଏନ.ସି.ସି ଦିବସ ପାଳିତ


 ସାକ୍ଷୀଗୋପାଳ -------  ସତ୍ୟବାଦୀ ହାଇସ୍କୁଲରେ ୭୨ ତମ ଏନ ସି ସି ଦିବସ ପାଳିତ ହୋଇଯାଇଛି । ନଭେମ୍ବର ମାସର ୪ର୍ଥ ରବିବାର ଦିନ ୧୯୪୮ ମସିହାରୁ  ଏନସିସି ଦିବସ ପାଳିତ ହୋଇ ଆସୁଅଛି ।  ରାଜ୍ୟରେ କୋଭିଡ-୧୯ଆଇନ ଅନୁଯାୟୀ ବିନା ଛାତ୍ରରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ୭୨ ତମ ଏନସିସି ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରୁ ବିଦ୍ୟାଳୟ ପରିସରରେ  ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ପଞ୍ଚସଖାଙ୍କ ମଣ୍ଡପରେ ମାଲ୍ୟାର୍ପଣ କରାଯାଇଥିଲା ।ଏନସିସି ଅଫିସର ତଥା ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ପରିଡା ଏନସିସି ପତାକା ଉତ୍ତୋଳନ କରି ଦେଶ ପ୍ରତି ଦେଖା ଦେଇଥିବା ବିପଦକୁ ସମ୍ମୁଖିନ ହେବା ପାଇଁ ଏନସିସି କ୍ୟାଡେଟ ମାନଙ୍କୁ ଗଣମାଧ୍ୟମରେ ଓ ସୋସିଆଲ ମିଡିଆ ମାଧ୍ୟମରେ ଆହ୍ୱନ ଦେଇଥିଲେ । ପୁରୀ କମାଣ୍ଡିଙ୍ଗି ଅଫିସର ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ ପଠାଇଥିବା ବାର୍ତ୍ତା ପାଠ କରାଯାଇଥିଲା ।ଏହି ଅବସରରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଚିତ୍ର ଖଟୋଇ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, ଶିଖର ମହାପାତ୍ର ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୧/୨୦--୮, ୧୦

Blog Archive

Popular Posts