Breaking News

ଶ୍ରୀରାମ ମନ୍ଦିରରେ ତୁଳସୀ ବିବାହ ଅନୁଷ୍ଠିତ

  ସାକ୍ଷୀଗୋପାଳ ------ କାର୍ତ୍ତିକ ମାସ ଗରୁଡ ଦ୍ୱାଦଶୀ ତିଥିରେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ପାଖରେ ଥିବା  ଶ୍ରୀରାମ ମନ୍ଦିରରେ ତୁଳସୀ ବିବାହ ଉତ୍ସବ କୋଭିଡ-୧୯ ଅନୁଯାୟୀ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।  ଶ୍ରୀ ନାରାୟଣଙ୍କୁ ପଞ୍ଚାମୃତରେ ଗାଧୁଆ ପାଧୁଆ ସରିବା ପରେ ନୂତନ ବସ୍ତ୍ର ପରିଧାନ କରଯାଇଥିଲା । ତତ୍‌ପରେ ବୈଦିକ ରିତିନିତୀ ଅନୁଯାୟୀ ଶ୍ରୀ ନାରାୟଣ ଙ୍କ ସହିତ ମା ତୁଳସୀଙ୍କର ବିବାହ କାର୍ଯ୍ୟ ପୁରୋହିତ ବଂଶିଧର ପାଢ଼ି ଓ ହରିହର ମହାପାତ୍ରଙ୍କ ଦ୍ୱାରା ସମ୍ପାଦନ କରାଯାଇଥିଲା । କନ୍ୟା ଘର ପକ୍ଷରୁ ବରଯାତ୍ରୀ ମାନଙ୍କୁ ସମ୍ମାନ ଜଣାଇବା ସହ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏହି ବିବାହ କାର୍ଯ୍ୟର ମୁଖ୍ୟ ମଧ୍ୟସ୍ତି ଭାବେ ଶ୍ରୀରାମଚନ୍ଦ୍ର ନନ୍ଦ ସମସ୍ତ କାର୍ଯ୍ୟ ତୁଲାଇଥିଲେ । ବରପିତା ଭାବେ ଲକ୍ଷ୍ମୀଧର ଶତପଥୀ,ଶୈଳବାଳା ଶତପଥୀ ରହିଥିବା ବେଳେ  କନ୍ୟାପିତା ସତ୍ୟପିୟ ମହାପାତ୍ର ଓ ରଞ୍ଜୁ ମହାପାତ୍ର   ବିବାହ କାର୍ଯ୍ୟ ତୁଲାଇଥିଲେ । ବିବାହ କାର୍ଯ୍ୟ ସରିବା ପରେ ଉପସ୍ଥିତ ଶଦ୍ଧାଳୁ ମହିଳା ମାନେ ବରକନ୍ୟାଙ୍କୁ ବନ୍ଦାପନା କରି ଶ୍ରୀରାମ ମନ୍ଦିରକୁ ପାଛୋଟି ନେଇଥିଲେ । ପରେ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ମହାପ୍ରସାଦ ସେବନ କରିଥିଲେ ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts