Breaking News

ସତ୍ୟବାଦୀରେ ନୂତନ ବିଡିଓ ଯୋଗ ଦେଲେ


  ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକରେ ବୁଧବାର ଦିନ ନୂତନ କରି କ୍ଷୀରୋଦ କୁମାର ବେହେରା ବିଡିଓ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜି  ଜିଲ୍ଲା ପରିଷଦ ବୈଠକରେ ଯୋଗ ଦେବା ସହ ପ୍ରଥମ କରି ଆତ୍ମା ବୈଠକରେ ଯୋଗ ଦେଇଥିଲେ । ଏଥିରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ରହିଥିଲେ । ସତ୍ୟବାଦୀର ସମସ୍ତ ଜନପ୍ରତିନିଧି ମାନଙ୍କ ସହଯୋଗରେ ଜନସାଧାରଣଙ୍କୁ ସଠିକ ନ୍ୟାୟ ପ୍ରଦାନ କରିବେ ବୋଲି କହିଛନ୍ତି ।  ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର, ଦୁଗଲ ସରପଞ୍ଚ ପ୍ରକାଶ ଖଟେଇଙ୍କ ସହ ସମାଜସେବୀ ଶଙ୍କର ପ୍ରଧାନ, ସୁରେଶ କୁମାର ସାହୁଙ୍କ ସହ ପ୍ରମୁଖ ଜନପ୍ରତିନିଧି ମାନେ ବିଡିଓଙ୍କୁ ସ୍ୱାଗତ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୯/୧୧/୨୦---୧୨,୩୨

Blog Archive

Popular Posts