Breaking News

ବନ୍ଧୁ ମିଳନ ଅନୁଷ୍ଠିତ




  ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବେରବୋଇ ଗ୍ରାମର ସ୍ୱାଇଁ ସାହିରେ ଅଁଳା ନବମୀ ପାଳନ ସହିତ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସରୋଜ କୁମାର ସ୍ୱାଇଁଙ୍କ ଆହ୍ୱାନକ୍ରମେ ଗ୍ରାମର ଯୁବକ ଯୁବତୀ ମାନେ ଏକାଠି ହୋଇ ତାଳ ପୋଖରୀ ବନ୍ଧରେ ଥିବା ଅଁଳା ବୃକ୍ଷକୁ ଧୁପ,ଦୀପ,ଦୁବ ବରକୋଳି ପତ୍ର, ଅରୁଆ ଚାଉଳରେ ବନ୍ଦାପନା କରି ପୁଜା ଅର୍ଚ୍ଚନା କରିଥିଲେ । ପରେ ପରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ରାଜେଶ କୁମାର ସ୍ୱାଇଁ,ଭାଗୀରଥି ପରିଡା,ପ୍ରମୋଦ କୁମାର ସ୍ୱାଇଁ,ଦେବରାଜ ସ୍ୱାଇଁ,ଗୋପାଳ ଜେନା ଆଇନିଜୀବି ସନ୍ତୋଷ କୁମାର ସ୍ୱାଇଁ,ମନୋରମା ସ୍ୱାଇଁ,କଳ୍ପନା ସ୍ୱାଇଁ,ସତ୍ୟଭାମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।  ପ୍ରକୃତିବନ୍ଧୁ ବିଶ୍ୱଜିତ ପରିଡା ଅଁଳା ନବମୀରେ ଅଁଳା ବୃକ୍ଷର ଉପକାରିତା ଓ ପରିବେଶ ପାଇଁ ଏହାର  ଅବଦାନ ସମ୍ପର୍କରେ ସାମୟିକ ପରାମର୍ଶ ଦେଇଥିଲେ । ଘନଶ୍ୟାମ ସ୍ୱାଇଁ  ଧନ୍ୟବାଦ ଦେଇଥିଲେ ।   

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୨୪/୧୧/୨୦--୮,୦୦

Blog Archive

Popular Posts