Breaking News

ଗୋବିନ୍ଦଜୀଉ ଗୋଶାଳାରେ ଗୋଷ୍ଠାଷ୍ଟମୀ ଉତ୍ସବ ଅନୁଷ୍ଠିତ


ସାକ୍ଷୀଗୋପାଳ --------   ଗୋ ମାତାଙ୍କୁ ଆଜିର ଦିନରେ ପୂଜା କରିଲେ ବହୁ ପୁଣ୍ୟ ମିଳଥାଏ ବୋଲି ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି । ପଟ୍ଟନାୟକ ଛକ ନିକଟ ମହାବଳପଡା ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ଗୋବିନ୍ଦ ଜୀଉ ଗୋଶାଳାରେ ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ  ପୂଜ ଅନୁଷ୍ଠିତ ହୋଇଯାଇଛି ।   ଗୋ ମାତାଙ୍କୁ ଆଜିର ଦିନରେ ପୂଜା କରିଲେ ବହୁ ପୁଣ୍ୟ ମିଳଥାଏ ବୋଲି ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି ।   ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଠମୀ ତିଥି ବୋଲି କୁହାଯାଏ । ଏହି ଅବସରରେ  ଶ୍ରୀ ଶ୍ରୀ ଗୋବିନ୍ଦଜୀଉ ଗୋଶାଳା ପରିସରରେ ଗୋ ଉତ୍ସବ ପାଳିତ ହୋଇଯାଇଛି । ଏଠାରେ ଥିବା ଗୋ ମାତା ମାନଙ୍କୁ ସକାଳୁ ଗାଧୁଆ ପାଧୁଆ କରିବା ସହ ହଳଦୀ.ଚନ୍ଦନ, ସିନ୍ଦୁର ଓ ଫୁଲମାଳ ରେ ସଜାଯାଇଥିଲା । ପଣ୍ଡିତ ଲକ୍ଷ୍ମୀଧର ପଣ୍ଡାଙ୍କ ଦ୍ୱାରା ଗୋଶାଳା ପରିସରରେ ଏକ ଗୋମୟରେ ଗୋ ଯଜ୍ଞ ଓ ଗୋପୂଜନ କରାଯାଇଥିଲା । ପରେ ପରେ ବିଶ୍ୱରୁ ମହାମାରୀ କରୋନାରୁ ମୁକ୍ତ କରିବା ପାଇଁ ଯଜ୍ଞରେ ଘୃତ ଆହୂତି ପ୍ରଦାନ କରାଯାଇଥିଲା । ଯଜ୍ଞରେ କର୍ତ୍ତା ଭାବେ ଗବେଷଧ ସୁମନ୍ତ କୁମାର ପ୍ରଧାନ  କାର୍ଯ୍ୟ ସମାପନ କରିଥିଲେ । ଯୋଗ ଦେଇଥିବା ଭକ୍ତ ମାନେ ନିଜ ନିଜ ହାତରେ ଗୋ ମାତା ମାନଙ୍କୁ  ଗୋଶାଳା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା  ମିଠା ଲଡୁ ଖାଇବାକୁ ଦେଇଥିଲେ । ଗୋ ମାତା ସମ୍ବର୍ଦ୍ଧନା ସଭାରେ ଗୋ ମହାତ୍ମା ସମ୍ବନ୍ଦରେ  ଗବେଷଧ ଶ୍ରୀ ପ୍ରଧାନ ଓ  ଅନ୍ୟ ମାନେ ନିଜର ବକ୍ତବ୍ୟ ରଖିଥଲେ । ଏଥିରେ ଅନୁଷ୍ଠାନର ସଭାପତି ମହେଶ୍ୱର ପ୍ରଧାନଙ୍କ ସହିତ ଭୁବନେଶ୍ୱରର ମୁକୁନ୍ଦ ଅଗ୍ରୱାଲ ଓ ତାଙ୍କ ପରିବାର ସହିତ ସାକ୍ଷୀଗୋପାଳର ସମାଜସେବୀ  ବିଶ୍ୱଜିତି ଶତପଥୀ  ଓ  ତିରୁପତି ଜେନା, ରାମଚନ୍ଦ୍ର ସ୍ୱାଇଁ, ସୁମନ୍ତ କୁମାର ନାୟକ, ମମଗଦାଧର ମହାପାତ୍ର, ‘ଗୁ ଚରଣ ପରିଡା, ଅରବିନ୍ଦ ଦାଶ, ଆଶିଷ କୁମାର ନାୟକ, ଅଶୋକ ସେଠୀ, ପୂର୍ଣ୍ଣଚନ୍ଦ୍ର ଶ୍ରୀଚନ୍ଦନ, । ପ୍ରମୁଖ ଗୋ ଭକ୍ତମାନେ ଯୋଗଦେଇଥିଲେ । ଶେଷରେ ପ୍ରସାଦ ସେବନ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୩/୧୧/୨୦---୮,୨୦

Blog Archive

Popular Posts