Breaking News

ଧାନ ଅଛି ତ ଟୋକନ ନାହିଁ,ଅବ୍ୟବସ୍ଥାରେ ଚାଷୀ ଓ ଚାଷ.



ଭେଡେନ-----  ବରଗଡ ଜିଲ୍ଲା ଓଡ଼ିଶାର ଭାତ ହାଣ୍ଡି ରୂପେ ବେଶ ପରିଚିତ  ।  ଜିଲ୍ଲାରେ ଚାଷ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ଜିଲ୍ଲାରେ ଅନେକ ସ୍ଥାନରେ ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଧାନ କୁ କିପରି ଭାବେ ବିକ୍ରି କରି ଉଚିତ ପ୍ରାପ୍ୟ ପାଇପାରିବ ସେନେଇ  ସରକାର ବାହାଦୂର କୋଟି କୋଟି ଟଙ୍କା ହାତ ଖୋଲି ଖର୍ଚ୍ଚ କରି ମଣ୍ଡି ମାନ ଖୋଲିଛନ୍ତି । ଏବେ ଖରିଫ ଋତୁରେ ସରକାରୀ ଧାର୍ଯ୍ୟ ଅନୁଯାୟୀ ନଭେମ୍ବର ୯ତାରିଖରୁ ଧାନ କିଣାବିକା ଆରମ୍ଭ ହୋଇଯାଇଛି ।  ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ଚାଷୀ ପାଇଁ ଟୋକନ ବ୍ୟବସ୍ଥା ମୁଣ୍ଡ ବ୍ୟଥା ର କାରଣ ହୋଇ ପଡିଛି। ଅଞ୍ଚଳଟି କୃଷି ବହୁଳ ଅଞ୍ଚଳ ହୋଇ ଥିଲେ ହେଁ ଚାଷୀ ଚାଷ ଆରମ୍ଭ ରୁ ଅମଳ ପର୍ଯ୍ୟନ୍ତ ଅନେକ ସମସ୍ୟା ଭୋଗିବାକୁ ପଡୁଛି ବୋଲି ଜଣାପଡିଛି। ଚାଷ ଆରମ୍ଭରୁ କେତେବେଳେ ଦୈବିଦୁର୍ବିପାକର ଦାଉ ତ ଆଉ କେତେବେଳେ ନକଲି କୀଟନାଶକ ର ଶିକାର ହୋଇଥିବା ର ନଜିର ରହିଛି।
ଏବେ ପୁଣି ପ୍ରଶାସନ ତାଡ଼ନରେ ଚାଷୀର ମେରୁ ହାଡ଼ ଭାଙ୍ଗିଯାଇଥିବା ବେଳେ ଟୋକନ ସମସ୍ୟାରେ ଚାଷୀ ଛନ୍ଦି ହୋଇ ହତାଶ ହୋଇ ପଡିଛି। ଏନେଇ  ଅନେକ ଥର ବିଗତ ଦିନ ମାନଙ୍କରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି କେବଳ ପ୍ରଶାସନର ଅବହେଳା ତଥା ଆନ୍ତରିକତା ଅଭାବରୁ ଏବେ ବି ସେଇ ସମସ୍ୟା ଭିତରେ ଗତି କରୁଛି ।  କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରିବାକୁ ବିଭିନ୍ନ ସମୟରେ ଶୋଷଣ  ତଥା ଅବ୍ୟବସ୍ଥିତ ପରିବେଶ ର ଶିକାର ହେଉଥିବା ଅଭିଯୋଗ ହୁଏ। ବରଗଡ଼ ଜିଲ୍ଲା ଅତାବିରା ଆରଏମସି ଅଧିନରେ ୧୯ ଟି ଧାନ ମଣ୍ଡି ରହିଥିବା ବେଳେ ସେଥି ମଧ୍ୟରୁ ସଂକ୍ରିଡା ପଞ୍ଚାୟତ ଝରାପାଲି ମାର୍କେଟ ୟାର୍ଡ଼ ଅନ୍ୟତମ । ଏଠାରେ ପ୍ରାୟ ତିନି ଲକ୍ଷ ବସ୍ତା ଧାନ କିଣାବିକା ହୋଇଥାଏ। ଏଠାରେ ବର୍ତମାନ ମାତ୍ର ୫ଟି ମିଲର୍ସ ଧାନ କିଣିବା ପାଇଁ ଅନୁମତି  ଦିଆହେଇଛି ।  ଆହୁରି ମିଲର୍ସ ଟେକ ଦିଆଯିବା ଦରକାର ହେଉଛି।
ବର୍ତମାନ କାହାର ଧାନ ଅଛିତ ଟୋକନ ନାହିଁ, ଟୋକନ ଅଛି ତ ଧାନ ନାହିଁ। ଏଠାରେ ସଂକ୍ରିଡା, ଭେଡ଼େନ, ରେମଣ୍ଡା ପେକ୍ସ ର କର୍ମଚାରୀ ମାନେ ଧାନ କିଣାବିକା କରଥାନ୍ତି। ବର୍ତମାନ ସୁଦ୍ଧା ସଂକ୍ରିଡା ପେକ୍ସ ର ୭୩୦ ଜଣ ଟୋକନ ରେ ୧୨,୬୦୦ କୁଇଣ୍ଟାଲ ରୁ ୧୦,୦୬୨ ବିକ୍ରି ହୋଇଛି, ଭେଡେନ ର ୪୩୧ ଜଣ ଟୋକନ ରେ ୧୪,୬୦୦ କୁଇଣ୍ଟାଲ ରୁ ୩,୫୭୦  ବିକ୍ରି ହୋଇଛି, ରେମଣ୍ଡା ର ୮୩୦ ଟୋକନ ରୁ ୧୨,୩୦୦ କୁଇଣ୍ଟାଲ ରୁ ୯,୧୪୧ ବିକ୍ରି ହୋଇଛି।ଟୋକନ  ଶିଘ୍ର ଶିଘ୍ର ଆସିଲେ, ଧାନ ଆସିପାରିବା ପରିମାଣ ବଢିଯିବ। ଚାଷୀ ମାନେ ମାର୍କେଟ ୟାର୍ଡ଼ ମଧ୍ୟ ରେ ଧାନ ,ମାନ, ଓଜନ, ମୂଲ୍ୟ ନିର୍ଦ୍ଧାରଣ କରିବା ଦାବି ହୋଇଆସୁଛି । ତେଣୁକରି ସରକାରୀ ସ୍ତରରେ ବିଶେଷ ଭାବରେ ଟୋକନ, ମିଲର୍ସ ସଂଖ୍ୟା ବୃଦ୍ଧି କରି କିପରି ସୁରୁଖୁରୁରେ ଧାନ ବିକ୍ରି ହୋଇ ଧାନର ଉଚିତ ମୂଲ୍ୟ ଚାଷୀପାଇପାରିବ, ଚାଷୀ ମାନେ ପ୍ରଶାସନିକ ଅଧିକାରୀ ମାନଙ୍କ ଠାରେ ଦାବୀ ଜଣାଇଛନ୍ତି। 
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ,୨୫/୧୧/୨୦୨୦-----୧୧,୦୫

Blog Archive

Popular Posts