ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ଗ୍ରାମ ବଜାର ଛକରେ ଏକ ପାନ ଦେକାନରେ ଦେଶୀ ମଦ ବିକ୍ରୟ ହେଉଥିବା ଖବର ପାଇଥିଲେ ଡେଲାଙ୍ଗ ଥାନା ଏସଆଇ ଏଲ ମହାରଣା । ଅଚାନକ ଉକ୍ତ ପାନ ଦେକାନ ଉପରେ ଚଡାଉ କରି ୫୦ ବୋତଲ ଦେଶୀ ମଦ ଜବତ କରିବା ସହ ପାନ ଦେକାନୀ ବେଙ୍ଗ ଓରଫ ଦୀପ୍ତି ରଞ୍ଜନ ପ୍ରଧାନ ( ୨୦) ଜଣଙ୍କୁ ଗିରଫ କରିଛନ୍ତି । ଡେଲାଙ୍ଗ ଥାନାରେ ୨୦୪/୨୦ରେ ଏକ କେସରୁଜ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୯/୧୧/୨୦---୧୨,୩୦