Breaking News

ମାନବିକତା ର ପରିଚୟ ଦେଲେ ଦିଗପହଣ୍ଡି ଥାନା ଅଧିକାରୀ




ଦିଗପହଣ୍ଡି ---- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ  ପିତାମ୍ବରପୁର ଛକ ନିକଟରେ ଶନିବାର ସନ୍ଧ୍ୟା ୮ ଘଣ୍ଟା ସମୟରେ ଏକ କାର ସହ ଟ୍ରାକ୍ଟରର ମୁହାଁମୁହିଁ ଧକ୍କା ହୋଇଥିଲା । କାରରେ ବସିଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟ ଗୁରୁତର ଆହତ ହୋଇଥିଲେ । ଆହତ ମାନଙ୍କ ମଧ୍ୟରେ ଦମ୍ପତ୍ତି ରହିଥିବା ବେଳେ ପୁଅ ଓ ଝିଅ ରହିଥିଲେ ।  କାରଟି କୋରାପୁଟରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ପିତାମ୍ବରପୁର ଛକ ନିକଟରେ ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାର ଶଦ୍ଦ ଏତେ ରହିଥିଲା ଯେ ଉଭୟ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଥିବା ଜଣାପଡ଼ିଛି । ଘଟଣାପରେ ସ୍ଥାନୀୟ ଲୋକମାନେ ଆହତଙ୍କୁ ଗାଡ଼ି ମଧ୍ୟରୁ ଉଦ୍ଧାର କରିବା ପରେ ଦିଗପହଣ୍ଡି ପୋଲିସ ଥାନାକୁ ଖବର ଦେଇଥିଲେ। ଦିଗପହଣ୍ଡି ଥାନା  ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ଥାନା ଅଧିକାରୀ ଶ୍ରୀ ସେଠୀ ମାନବିକତାର ପରିଚୟ ଦେଇ ଗୁରୁତର ମାନଙ୍କୁ ନିଜ ଗାଡିରେ ବ୍ରହ୍ମପୁର ମେଡ଼ିକାଲକୁ ପଠାଇଥିବା ଜଣାପଡିଛି । କୋଦଳା ରୁ ଅଶୋକ କୁମାର ପାତ୍ର ୨୯/୧୧/୨୦---୧୧,୦୭

Blog Archive

Popular Posts