ବରକେରାରେ ଖୋ ଖୋ ତାଲିମ ଶିବିର ଅନୁଷ୍ଠିତ
ଡେଲାଙ୍ଗ- ---- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୁନିନ୍ଦା ପଞ୍ଚାୟତର ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଖୋ ଖୋ ଖେଳ ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଖୋ ଖୋ କୋଚ ପ୍ରଶାନ୍ତ ମଲ୍ଲିକ ଆନୁଷ୍ଠାନିକ ଭାବେ ଯୋଗଦେଇ ଏହି ତାଲିମ ଶିବିରକୁ ଉଦଘାଟନ କରିଛନ୍ତି । ବିଦ୍ୟାଳୟ ପରିସରରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୁର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣକରିଥିଲେ । ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ପ୍ରଶାନ୍ତ ମଲ୍ଲିକ,ସମ୍ମାନିତ ଅତିଥି ଅଧିର ବରାଳ ଓ କ୍ରୀଡା ଶିକ୍ଷକ ସୁର୍ଯ୍ୟ ନାରାୟଣ ଜେନା ଯୋଗଦେଇ ଖୋ ଖୋ କ୍ରିଡା ସମ୍ପର୍କରେ କେତେକ ଉପାଦେୟ ପରାମର୍ଶ ତାଲିମ ଶିବିରରେ ଯୋଗଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ମିଟୁ କିଶୋର ପ୍ରଧାନ,ମଞ୍ଜୁଲତା ପ୍ରଧାନ,ପର୍ଶୁରାମ ସାହୁ,ବିରଞ୍ଜି ନାରାୟଣ ବରାଳ,ସୁଧିର କୁମାର ଜେନା,ପୁରୁଷତମ ନାୟକ ଓ ବିଦ୍ୟାଳୟର ପୁରାତନ ଛାତ୍ର ଖୋ ଖୋ ଖେଳର ଜାତୀୟ ବ୍ରୋଞ୍ଚ ମେଡାଲିଷ୍ଟ ବିଷ୍ଣୁ ପ୍ରସାଦ ପ୍ରଧାନ,ଆର୍ନ୍ତଜାତୀୟ ଖୋ ଖୋ ମେଡାଲିଷ୍ଟ ପ୍ରାପ୍ତ ଭରତ କୁମାର ପ୍ରଧାନ,ଖୋ ଖୋ ଜାତୀୟ ୟନିଭରସିଟ ସୁରେଶ ସେଠୀ,ଖୋ ଖୋ ପୁର୍ବ ଭାରତ ଜୋନ ଦିପ୍ତି ରଂଜନ ପ୍ରଧାନ,ମାନସ କୁମାର ପ୍ରଧାନ,ଆନନ୍ଦ ପ୍ରଧାନ,ଶାନ୍ତାନୁ ସାମନ୍ତରାୟ,ସନ୍ତୋଷ କୁମାର ପ୍ରଧାନ ଅନୁଷ୍ଠିତ ତାଲିମ ଶିବିରକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି ତାଲିମ ଶିବିରର ସ୍ମାରକି ପାଇଁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।ସୁଧିର କୁମାର ଜେନା ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୯/୧୧/୨୦, ୮,୩୦