Breaking News

କରୋନାର ପ୍ରକୋପରେ ଫିକା ପଡିଗଲା ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା


ନୟାଗଡ଼: କରୋନାର ପ୍ରଭାବ ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରାରେ ପଡିଛି । ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ପ୍ରମୁଖ ରାମ ମନ୍ଦିର ଗୁଡ଼ିକରେ ଲାକଡାଉନର ପ୍ରଭାବ ପଡିଛି । ଦଶପଲ୍ଲାର  ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ବନ୍ଦ ରହିଛି । ରାମ ନବମୀ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଭକ୍ତ ମାନେ ଏଠାକୁ ଆସିଥାନ୍ତି । କିନ୍ତୁ ଏଥର କେବଳ ଦେବ ନୀତି ଭିତରେ ଲଙ୍କା ପୋଡି ଯାତ୍ରା ସୀମିତ ରହିଛି । ସେହିଭଳି ଗଣିଆ ରେ ମଧ୍ୟ ଯାତ୍ରା ବନ୍ଦ ରହିଛି । ପରମ୍ପରା ଓ ପ୍ରଥା ଅନୁସାରେ କେବଳ ରାମଳିଲା ପୋଥି ପଢା ହେବ ଯାହାକି ଭକ୍ତ ମାନଙ୍କୁ ବହୁ ନିରାଶ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ।ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିରରେ କେବଳ ସେବୟତମାନଙ୍କ ଦ୍ୱାରା ନୀତିକାନ୍ତି ପାଳିତ ହୋଇଥିବାବେଳେ ସାଧାରଣ ଦର୍ଶକମାନଙ୍କ ଦର୍ଶନକୁ ବନ୍ଦ କରିଦିଆଯାଇଛି। ସବୁ ଆଡେ ଲକ୍ ଡାଉନ୍ ପ୍ରଭାବ ପଡିଛି ।
 ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts