୫ ଫୁଟର ନାଗ ସାପ ଉଦ୍ଦାର
ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅନ୍ତର୍ଗତ ବୀରପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ବିଳାସପୁର ଗ୍ରାମର ହରିହର ସାହୁଙ୍କ ଘରେ ରବିବାର ମଧ୍ୟ ରାତ୍ରରେ ଏକ ନାଗ ସାପ ରହିଥିବା ପରିବାର ଲୋକମାନେ ଦେଖିଥଲେ । ସାପଟି ଘରୁ ନ ବାହାରି ବହୁ ସମୟ ରହିବାରୁ ପରିବାର ଲୋକମାନେ ଭୟଭୀତ ହୋଇଯାଇଥିଲେ । ଶେଷରେ ସାପ ଧରାଳି ଥେଣ୍ଟେଣା ଗ୍ରାମର ସନ୍ତୋଷ କୁମାର ନାୟକଙ୍କୁ ଖବର ଦିଆଯାଇଥିଲା । ସେ ଆସି ସାପଟିକୁ ଧରି ପାଖ ଜଙ୍ଗଲରେ ଛାଡି ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି