ଅତାବିରା ରେ କାଳବୈଶାଖୀ
ବରଗଡ଼--କରୋନା ମହାମାରୀ ପାଇଁ ଚାଲିଥିବା ସଂଘର୍ଷ ପରେ ପୁଣି ସୃଷ୍ଟି ରଚିଛି କାଳବୈଶାଖୀ ଏକ ଭୟଙ୍କର ତାଣ୍ଡବ |କରୋନା ମହାମାରୀ ସହ ଝଡ଼ ତୋଫାନର ତାଣ୍ଡବଲୀଳା ଅଞ୍ଚଳବାସୀଙ୍କ ଜୀବନକୁ ଦୋହଲାଇ ଦେଇଛି। ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଭୟଙ୍କର କାଳବୈଶାଖୀ ଝଡ଼ତୋଫାନ ସହିତ ଅଦିନିଆ ବର୍ଷା ହେତୁ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ମାନ ଭାଙ୍ଗିଯାଇଛି । ଇଲେକ୍ଟ୍ରି ଖମ୍ବ ଗୁଡିକ ଭାଙ୍ଗି ତାର ଛିଣ୍ଡି ଯାଇଅଛି । ଫଳରେ ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଇଛି । କାଳବୈଶାଖୀ ଯୋଗୁଁ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି |ଅତାବିରା ହେଉଛି ଓଡିଶାର ଭାତହାଣ୍ଡି ଏବେ ଧାନ ପାଚିଲା ହେଇ କାଟିବାର ସମୟ,କରୋନାପାଇଁ ସରକାର ଚାଷକାମ ପାଇଁ ନିୟମ କୋହଳ କରିଥିବାବେଳେ ଆଜିର ଏହି ଘୁର୍ଣ୍ଣିଝଡ଼ ଚାଷୀ ମୁଣ୍ଡରେ ଆଘାତ ଦେଇଛି । ଅଞ୍ଚଳରେ ବହୁତ କ୍ଷତି ହୋଇଥିବାର ଦେଖାଦେଇଛି |
ନବୀନ ଦାଶଙ୍କ ରିପୋର୍ଟ