Breaking News

ନାମକୁ ମାତ୍ର ସଚେତନତା,ଚିନ୍ତାରେ ସାଧାରଣ ଜନତା


  ବରଗଡ଼ ---- କରୋନା ମହାମାରୀ ତାର ଭୟଙ୍କର ରୁପରେ ସାରା ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଛି । ବରଗଡ ଜିଲ୍ଲା ଅତାବିରା ମୁଖ୍ୟରାସ୍ତାରେ ଆଜି ପ୍ରଶାସନ ତରଫରୁ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ଏବଂ କରୋନା ମହାମାରିଠୁ ଦୂରରେ ରହିବାପାଇଁ ସଚେତନତା କରାଯାଇଛି। ତାସହିତ ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି ସେମାନଙ୍କ ଠାରୁ ପାଇନ ୨ଶହ ଟଙ୍କା ୩ଥର ଧରା ପଡିଲେ ୫ଶହ ଟଙ୍କା ଲେଖା ଆଦାୟ କରାଯାଇଛି । ଅତାବିରା ରାଜସ୍ବ ବିଭାଗ ଏବଂ ଏନ୍ଏସି ଦ୍ୱାରା ଏହା କରାଯାଉଥିବା ବେଳେ କୁଜି ନେତା ଓ ଲୋକାଲ ଦାଦାଙ୍କୁ ମାଫ  ହେଇଥିବା ବେଳେ ଗରିବ ଜନସାଧାରଣ ଉପରେ ଲଦି ଦିଆଯାଉଛି।ଏଥିପାଇଁ କିଛିଲୋକ ତହସିଲଦାରଙ୍କ ସହିତ ବଚସା ହେଇଥିବାବେଳେ ଜଣାପଡିଛି ।  କାର୍ଯ୍ୟରତ ସଚେତନ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟଙ୍କୁ ଧମକଚମକ ଦେବାରେ ମଧ୍ୟ ପଛେଇ ନଥିଲେ କେତେକ ଅସାମାଜିକ ବ୍ୟକ୍ତି।ତେବେ ଏଠି ପ୍ରଶ୍ନ ଉଠୁଛି ଯେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଡେପୁଟି କମାଡେଣ୍ଡ ଚମାର ଭୋଇ ସରକାରୀ ତଥା ମାଜିଷ୍ଟ୍ରେଟ ପାୱାରରେ ଥିବା ଲୋକଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି ବୋଲି ଲୋକମାନେ କହନ୍ତି । ତେବେ ଏଠି ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରେ। ଅନ୍ୟପଟେ ଏନଏସି ଅଧିକାରୀ ମାନେ ୧୭ଜଣଙ୍କ ଠାରୁ ୩ହଜାର ୯ଶହ ୭୦ ଟଙ୍କା ଓ ରାଜସ୍ୱ ବିଭାଗ ୪୨ଜଣଙ୍କ ଠାରୁ ୮ ହଜାର ୪ଶହ ଟଙ୍କା ଲେଖାଏଁ ଆଦାୟ କରିଥିବା ଜଣାପଡିଛି । ସରକାରଙ୍କ ତରଫରୁ ମାସ୍କ ମିଳୁନାହିଁ ଏବଂ ବଜାରରେ ଦଶ ଟଙ୍କିଆ ମାସ୍କକୁ ଚଢ଼ାଦରରେ ବିକ୍ରି କରୁଥିବା ସତ୍ୱେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି ଫଳରେ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ସରକାରଙ୍କ କହିବା ଅନୁଯାୟୀ ରୁମାଲ କିମ୍ବା କପଡା ବ୍ୟବହାର କରୁନ୍ତୁ ।  ହେଲେ ସରକାରୀ ସ୍ତରରେ ଯେହେତୁ କଡା ନିୟମ କରାଯାଇ ଟିକସ ଆଦାୟ କରାହେଉଛି ତାହା ସ୍ୱାଗତଯୋଗ୍ୟ କିନ୍ତୁ ସେହି ଟିକସ ଦୁଇଶହ ନେଇ ଜନସାଧାରଣଙ୍କୁ ମାସ୍କ ଗୋଟିଏ ଲେଖାଏଁ ଦିଆଗଲେ ସଚେତନ ସହିତ ସରକାରଙ୍କୁ ମଧ୍ୟ ଲୋକେ ସହଯୋଗ କରନ୍ତେ ବୋଲି କିଛି ଲୋକ କହିଥିଲେ | ଏହି ଚଢାଉ ସମୟରେ ଅତାବିରା ତହସିଲଦାର,ରାଜସ୍ବ ବିଭାଗ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତାଙ୍କ କର୍ମଚାରୀମାନେ ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ରହିଥିଲେ |ତେବେ ଏଥିପ୍ରତି ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେଇ କଡାକଡି କରିବା ପାଇଁ ସାଧାରଣ ଦାବି ହେଉଛି।
ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts