ନୟାଗଡ଼ ଜିଲ୍ଲାରେ ଯାନବାହାନ ଚେକିଂ କଡ଼ାକଡ଼ି
ନୟାଗଡ଼ ----ରାଜ୍ୟରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହୋଇଛି। ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଦୁର୍ଘଟଣାର ହାର କମ୍ କରିବା ପାଇଁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ମଧ୍ୟ ଆଜି ଜୋରଦାର ଚେକିଂ କରି ବିଭିନ୍ନ ଗାଡ଼ିମାନଙ୍କ ଠାରୁ ସତୁରୀ ହଜାରରୁ ଉର୍ଦ୍ଧ୍ବ ଜୋରିମାନା ଆଦାୟ କରାଯାଇଛି।ଏକ ବାଇକର କାଗଜପତ୍ର ନଥିବାରୁ ତାକୁ ପରିବହନ ବିଭାଗ ପକ୍ଷରୁ ଜବତ କରାଯାଇଥିବା ପରିବହନ ଅଧିକାରୀଙ୍କ ସମେତ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ସୂଚନା ଦେଇଛନ୍ତି।
କାହା ପାଇଁ କେତେ ଫାଇନ:
ଟ୍ରାଫିକ୍ ପୋଷ୍ଟରେ ନିୟମ ଉଲଘଂନ କଲେ – ୫ ହଜାର ଟଙ୍କା
ମଦ୍ୟପାନ କରି ଗାଡ଼ି ଚଲାଇଲେ – ୧୦ ହଜାର ଟଙ୍କା
ରୋଡର ବିପରୀତ ଦିଗରେ ଗାଡ଼ି ଚଲେଇଲେ -୫ ହଜାର ଟଙ୍କା
ବେପାରୁଆ ଗାଡ଼ି ଚାଳନା – ୫ହଜାର ଟଙ୍କା
ସିଟ୍ ବେଲ୍ଟ ନପିନ୍ଧି ଗାଡ଼ି ଚଲାଇଲେ – ୧ ହଜାର ଟଙ୍କା
ଦୁଇ ଚକିଆ ଯାନରେ ତିନି ଜଣ ବସି ଯାତ୍ରା କଲେ – ୫ ହଜାର ଟଙ୍କା
ହେଲମେଟ୍ ନପିନ୍ଧି ଗାଡ଼ି ଚଲାଇଲେ – ୧ ହଜାର ଟଙ୍କା
ମୋବାଇଲରେ କଥା ହୋଇ ଗାଡ଼ି ଚଲାଇଲେ – ୫ ହଜାର ଟଙ୍କା ଦେବାକୁ ପଡିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ