Breaking News

ବକୁଳବନ ମହୋତ୍ସବ ପାଳିତ


ସାକ୍ଷୀଗୋପାଳ ------   ସତ୍ୟବାଦୀ ପଞ୍ଚସଖା ସ୍ମୃତି ପାଠାଗାର ପରିସରରେ ସୋମବାର ଦିନ ବକୁଳବନ ମହୋତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇ  ଏହି ମାଟି ଏକ ପବିତ୍ର ମାଟି ।  ଜଙ୍ଗଲରେ ଥିବା ସବୁ କାଠ ଚନ୍ଦନ ହୋଇନଥାଏ । ସେହିପରି ଏହି ଜଙ୍ଗଲକୁ ଚନ୍ଦନ କରିଥିବା ସେହି ଉତ୍କଳମଣି ଗୋପବନ୍ଧୁ ଦାସ ଚନ୍ଦନ କରିବାରେ ସଫଳ ହୋଇଥିଲେ । ଏ ମାଟି, ଜାତି, ସଂସ୍କୃତି, ଭାଷାର ଉନ୍ନତି କରିବା ପାଇଁ ଏହି ପଞ୍ଚସଖା ଶପଥ ନେଇଥିଲେ । ସେ ହେଉଛନ୍ତି ଏହି ମାଟିର ମଣିଷ ତଥା ଉତ୍କଳମଣି ଗୋପବନ୍ଧୁ ଦାସ ଅନ୍ୟତମ । ଯେଉଁ ଠାରେ ବନ ବିଦ୍ୟାଳୟ ସ୍ଥାପନ କରିଥିଲେ ସେହି ବିଦ୍ୟାଳୟକୁ ଦେଖି ଶାନ୍ତି ନିକେତନ ହୋଇପାରିଛି । ଆଜି ଆମ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଏହି ପବିତ୍ର ମାଟିରେ ଓଡିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି । ବିଶେଷ କରି ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କୁ ଶ୍ରୀ ପାଟ୍ଟଶାଣୀ ଆଶେଷ ଅଶେଷ ଧନ୍ୟବାଦ ଦେଇଥିଲେ ।  ମୁଖ୍ୟ ବକ୍ତା ପ୍ରଫେସର ଶରତ ଚନ୍ଦ୍ର ରଥ, ପୂତ ପ୍ରଶାସନିକ ଅଧିକାରୀ ଅଲେଖ ଚନ୍ଦ୍ର ପଢିହାରୀ , ରାଜ୍ୟ ବିଜୁ ମହିଳା ଜନତା ଦଳର ସଂଗଠନର ସମ୍ପାଦିକା ସଂଧ୍ୟାରଣୀ ବିଶ୍ୱାଳ, ସମାଜସେବୀ ସାଧୁ ଚରଣ ବେହେରା, କବି ସଚୀକାନ୍ତ ବିଶ୍ୱାଳ, ଆଇନଜୀବୀ ଅମର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଥିଲା । ସମାଜସେବୀ ସୀତାବଲ୍ଲଭ ମହାପାତ୍ର ସଭାରେ ସଭାପତିତ୍ୱ କରିଥିଲେ ।  ପଞ୍ଚମହାପୁରଷଙ୍କ ପଦାଙ୍କ ଅନୁସରଣ କରିବାକୁ ଅତିଥି ମାନେ ସଭାରେ ଆଲୋକପାତ କରିଥିଲେ ।  ଜନରାଜ୍ୟ ଦିବସ ଅବସରରେ ଦୀଲ୍ଲୀରେ ଓଡିଶୀ ନୃତ୍ୟ ପରିବେଷଣ କରି ସୁନାମ ଅଜ୍ୟନ କରିଥିବା ଓଡିଆ ଝିଅ ରୋଜାଲିନ ସୁନ୍ଦରାୟ, ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଓ ସମାଜସେବୀ ଭାବେ ପେଣ୍ଠପଡା ସରପଞ୍ଚ ବାସନ୍ତୀ ବେହେରାଙ୍କ ସହିତ ୧୦୫ ଜଣଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଫୁଲତୋଡା ଦେଇ ସମ୍ବଦ୍ଧିତ କରାଯାଇଛି ।  ଅତିଥି ମାନଙ୍କ ଦ୍ୱାରା ‘ ବକୁଳବନର ବାର୍ତ୍ତା’ ସ୍ମରଣୀକାକୁ ଉନ୍ମୋଚନ କରାଯାଇଥିଲା । ଦେବୀ ପ୍ରସାଦ ଘଟୁଆରୀ, ସୁବାଷ ପ୍ରଧାନ, ନିରୁ ବେହେରା , ରବୀନ୍ଦ୍ର ନାଥ ଷଡଙ୍ଗୀ, ପୂର୍ଣ୍ଣାନନ୍ଦ ତ୍ରିାପାଠୀ, ଆଲୋକ ଖୁଣ୍ଠିଆ, ଅମର ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବକୁଳବନ ମହୋତ୍ସର ଆବାହକ ଯଯାତି କେଶରୀ ରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ।  ସଂଯୋଜକ ପ୍ରଶାନ୍ତ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts