Breaking News

ଗହଣା ଦୋକାନୀ ନା ବିଦ୍ୟୁତ କର୍ମଚାରୀ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି.


ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ବିଦ୍ୟୁତ ବିଭାଗ ଅନ୍ତର୍ଗତ ଲରମ୍ଭା ସେକ୍ସନ ଟୁକୁରା ପଞ୍ଚାୟତ କୁଲୁତାଟୁକୁରା ଗ୍ରାମରେ ବିଦ୍ୟୁତ ସମସ୍ୟାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ସନ୍ଧ୍ୟା ସମୟରେ ସାମାନ୍ୟ ବର୍ଷା ପବନରେ ସ୍ପାର୍କ ହୋଇ ୧୧ କେଭି ତାର ଛିଣ୍ଡି ଅଞ୍ଚଳଟି ସମ୍ପୁର୍ଣ୍ଣ ଅନ୍ଧକାର ହୋଇଯାଇଥିଲା । ଯାହା ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିଲା । ପିଇବା ପାଣି,ଚାଷ ଜମି ପାଣି ସବୁ ବନ୍ଦ ହୋଇଯାଇଥିଲା।ଏନେଇ ସଙ୍ଗେ ସଙ୍ଗେ ଲରମ୍ଭା ସେକ୍ସନ ଜେଇ ରାକେଶ ସାହୁଙ୍କୁ ଅଞ୍ଚଳ ବାସୀ ଖବର ଦେଇଥିଲେ । ଆଗରୁ ମଧ୍ୟ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଲରମ୍ଭା ସେକ୍ସନକୁ ଆସି ସେକ୍ସନ ଅଫିସ ବନ୍ଦ ଥିବାରୁ ନିରାଶ ହେଇ ଫେରିବାକୁ ପଡ଼ିଥାଏ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ । ଅନେକ ଥର ଫୋନ ଯୋଗାଯୋଗ କରିଥିଲେ ମଧ୍ୟ ସେ କର୍ଣ୍ଣପାତ ନ କରିବା ସହ ଓଲଟି ଦୁର୍ବ୍ୟବହାର କରି ମୋର କିଏ କଣ କରିବ ମୋର ସୁନା ଦୋକାନ ଅଛି ବୋଲି କହିଥାନ୍ତି । ତମର ଯାହା କହିବାର ଅଛି ଏସଡିଓ ଙ୍କୁ ଯାଇ କହ ବୋଲି କହିଥିବାର ଲୋକେ କହନ୍ତି। ବିଦ୍ୟୁତ ସଂଯୋଗ ନଦେଇ ବିଦ୍ୟୁତ ବିଲ ଅସୁଲି ପାଇଁ ଲୋକଙ୍କୁ ପଠାଇ ଦିଆଯାଉଛି । ଲୋକଙ୍କୁ ନିଜ ମନଇଚ୍ଛା ବିଦ୍ୟୁତ ବିଲ ପଇଠ କରିବା ପାଇଁ ହଇରାଣ ହରକତ କରାଯାଉଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ସେକ୍ସନ ଜେଇଙ୍କ ସହ ଗାଁ ଲୋକେ ବୁଝାମଣା କରି ବିଦ୍ୟୁତ ବିଲ ପଇଠ କରିବେ ବୋଲି କହିଥିଲେ।ହେଲେ ବିଦ୍ୟୁତ ସଂଯୋଗ ବିଛିନ୍ନ ହେଇ ଲୋକେ ହନ୍ତସନ୍ତ ହେଉଥିବାବେଳେ ବିଦ୍ୟୁତ ସଂଯୋଗ ନଦେଇ ଗ୍ରାମ ଲୋକଙ୍କ ଠାରୁ ବିଲ ଅସୁଲି କରିବାକୁ ଯାଇ ବିଲ ଦିଅ ନହେଲେ ବିଦ୍ୟୁତ ସଂଯୋଗ ଦିଆଯିବ ନାହିଁ ବୋଲି କହି ଦୁର୍ବ୍ୟବହାର ମଧ୍ୟ କରିଥିବାର ଲୋକେ ଅଭିଯୋଗ କରିଥିଲେ। ଯାହା ଆଜି ଏନେଇ ବିଭାଗୀୟ ଜେଇଙ୍କୁ ବିଦ୍ୟୁତ ସଂଯୋଗ ଦେବାପାଇଁ କହିବା ସହ ଗାଁର ସମସ୍ୟାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ନିଶାସକ୍ତ ଅବସ୍ଥାରେ ବିଲ ଅସୁଲି କରୁଥିବା ଲୋକଙ୍କୁ ଅଟକାଇଥିଲେ ଗ୍ରାମ ବାସୀ । ଜେଇ ଓ ଏସଡିଓ ଙ୍କୁ ଖବର ଦେବା ପରେ ଦିନ ୨ଟାରେ ଅତାବିରା ଏସଡିଓ ବିଜୟ ବେହେରା ସେଠାରେ ପହଞ୍ଚିଥିଲେ ଉତ୍ତେଜିତ ଲୋକମାନେ ଏସଡିଓ ଙ୍ଖୁ ଅଟକ ରଖିଥିଲେ ।ବିଦ୍ୟୁତ ଜନିତ ସମସ୍ୟାର ସମାଧାନ ସହ ଦୁର୍ବବ୍ୟବହାର କରୁଥିବା ଲରମ୍ଭା ସେକ୍ସନ ଜେଇ ରାକେଶ ସାହୁଙ୍କୁ ତୁରନ୍ତ ବଦଳି କରିବା,ମାର୍ଚ୍ଚ ମାସରେ ବିଦ୍ୟୁତ ଗ୍ରାହକ ମାନେ ନିଜ ହିସାବରେ ଯେତିକି ବିଦ୍ୟୁତ ବିଲ ପଇଠ କରିବେ ତାହା ଗ୍ରହଣ କରିବା,ଗାଁରେ ଥିବା ବିଦ୍ୟୁତ ଜନିତ ସମସ୍ୟାର ତୁରନ୍ତ ସମାଧାନ,ବିଦ୍ୟୁତଗ୍ରାହକ ମାନଙ୍କୁ ଦୁର୍ବ୍ୟବହାର ନକରି ଉଚିତ ବ୍ୟବହାର ଦେବା ସହ ଟ୍ରାନ୍ସଫର୍ମର ପୋଡିଗଲେ କି ବିଦ୍ୟୁତ ଜନିତ ସମସ୍ୟା ହେଲେ ତୁରନ୍ତ ସମାଧାନ ଓ କୌଣସି ନିଶାସକ୍ତ ଅବସ୍ଥାରେ କର୍ମଚାରୀ ମାନେ କାମ କରିବା କି ବିଲ ମାଗିବା ପାଇଁ ଆସିବେ ନାହିଁ ବୋଲି ଦାବି କରିଥିଲେ।ଯାହା ବିଳମ୍ବରେ ବିଦ୍ୟୁତ ସଂଯୋଗ ଦେବା ସହ ବିଭିନ୍ନ ଦାବିକୁ ତୁରନ୍ତ ପୂରଣ କରିବା ପାଇଁ ଅତାବିରା ଏସଡିଓ ବିଜୟ ବେହେରା ଲିଖିତ ପ୍ରତିଶୃତି ଦେବା ପରେ ଗାଁ ଲୋକେ ତାଙ୍କୁ ଝଝଛାଡିଥିଲେ। ଜଣେ ତଳିଆ କର୍ମଚାରୀ ଙ୍କ କାର୍ଯ୍ୟ ଯୋଗୁଁ ଉଚ୍ଚ ପଦସ୍ଥ ଅଧିକାରୀ ଗ୍ରାମରେ ଭୁଲ ମାଗିଥିବା ର ଜଣାପଡିଛି । ତୁରନ୍ତ ଜିଲ୍ଲାପାଳ  ଏ ଦିଗପ୍ରତି ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.

Blog Archive

Popular Posts