Breaking News

ସତ୍ୟବାଦୀ ପ୍ରଶାସନ ସାକ୍ଷୀଗୋପାଳ ବଜାର ବନ୍ଦ କଲା



ସାକ୍ଷୀଗୋପାଳ ----  କରୋନା ଭୁତାଣୁ ଏବେ କାୟା ବିସ୍ତାର କରି ଚାଲିଛି । କମିବାର ନାଁ ଗନ୍ଦ ଧରୁ ନାହିଁ । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଡିବାରେ ଲାଗିଛି ।  ଆଜି ସକାଳ ହେବା ମାତ୍ରେ ବିଭିନ୍ନ ଛକ ମାନଙ୍କରେ ଦେକାନ ବଜାର ଖୋଲିବା ସହ  କିଛି ଲୋକମାନେ ଗାଡି ଧରି ବୁଲୁଥିବାର ଦେଖାଯାଇଛି । ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ନିର୍ଦ୍ଦେଶ କ୍ରମେ ଆଜି ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଓ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ବଜାର ବନ୍ଦ କରାଇଛନ୍ତି । ଏପରିକି ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଗୋସରୀ, ପରିବା, ମେଡିସିନି, କ୍ଷୀର ଦେକାନ ବ୍ୟତିତ୍ୱ ଅନ୍ୟ ସବୁ ଦେକାନ ଗୁଡିକ ତୁରନ୍ତ ବନ୍ଦ କରିବା ପାଇଁ ବ୍ୟବସାୟୀ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଏପରିକି କେତେକ ଦେକାନୀ ପ୍ରଶାସନିକ ନିର୍ଦ୍ଦେଶକୁ ମାନୁ ନଥିବା ଜଣାପଡିଛି ।  ଅନ୍ୟ ପକ୍ଷେ ଯେଉଁମାନଙ୍କର ଆବଶ୍ୟକତା ନାହିଁ ସେମାନେ ବଜାର ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ମଟର ସାଇକେଲ, କାର ଓ ଅଟୋ ଉପରେ ଲଗାଯାଇଛି ରୋକ ।  ଆସନ୍ତା କାଲି ଠାରୁ ଗାଡି ଧରି ବୁଲୁଥିବା ଲୋକମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି । ତୁରନ୍ତ ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି । ଆଜି ଠାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହି ଆଦେଶନାମା ବଳବତ୍ତର ରହିବ ବୋଲି ତହସିଲଦାର କସ୍ତୁରୀ ପ୍ରଧାନଙ୍କ ଠାରୁ ଜଣାପଡିଛି ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ

Blog Archive

Popular Posts