Breaking News

ଅତାବିରା କେମିଷ୍ଟ ଓ ଦ୍ରଗିଷ୍ଟ ଏସୋସିଏସନ ପକ୍ଷରୁ ମାସ୍କ ବଣ୍ଟନ...

ବରଗଡ଼---  କରୋନା ଜାତୀୟ ବିପତ୍ତି ନୁହେଁ ତ ବିଶ୍ୱ ବିପତ୍ତି।ଏହି ସମୟରେ ନିଜକୁ,ନିଜ ପରିବାର,ନିଜ ପଡୋଶୀ ତଥା ନିଜ ଅଞ୍ଚଳର ଜନ ସାଧାରଣକୁ ସୁରକ୍ଷା ତଥା ସଚେତନତା ପ୍ରଦାନ କରିବାରେ ଉଭୟ ଗଣ ମାଧ୍ୟମ,ପୋଲିସ ଓ ଜନସାଧରଣଙ୍କର କର୍ତ୍ତବ୍ୟ ରହିବା ଦରକାର। ଜନସାଧରଣ ଯେ କୌଣସି ଖବର ଜାଣିବାକୁ ଗଣ ମାଧ୍ୟମ ଉପରେ ନିର୍ଭର କରିଥାନ୍ତି।ଗଣ ମାଧ୍ୟମ ଯାହା କହିଥାନ୍ତି ତାକୁ ବେଦର ଗାର ବୋଲି ଲୋକେ ମାନିଥାନ୍ତି। ସେଥିପାଇଁ ଏହି ସମୟରେ ଗଣ ମାଧ୍ୟମର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ରହିଛି।ସର୍ବ ସାଧାରଣ ସ୍ଥାନରେ ଯଦି ଗହଳି ରହିଛି ସେହି ସ୍ଥାନକୁ ପରିହାର କରିବାକୁ ସମସ୍ତଙ୍କୁ ଅବଗତ କରାଯାଇଛି।ଅଯଥାରେ ଡାକ୍ତରଖାନା,ଧର୍ମ ସ୍ଥଳୀ, ସିନେମା ହଲ,ହାଟ,ସପିଙ୍ଗ ମଲ ତଥା ଜନଗହଳି ସ୍ଥାନକୁ ନଯିବାକୁ ଉଭୟ ପକ୍ଷରୁ ସଚେତନତା କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମକୁ ବରଗଡ଼ଜିଲ୍ଲା ଆୟୋଜକ ସଂପାଦକ ପ୍ରକାଶ ମିଶ୍ରଙ୍କ ତତ୍ୱବାଧାନରେ ଅତାବିରା କେମିଷ୍ଟ ଓ ଦ୍ରଗିଷ୍ଟ ଏସୋସିଏସନର ସଭାପତି ସୌରଭ ଗୁପ୍ତା,ଉପଦେଷ୍ଟା କମିଟିର ଲଳିତ ବାଙ୍କା ପ୍ରମୁଖଙ୍କ ଉପସ୍ଥିତିରେ ଅତାବିରା ଅଞ୍ଚଳର ସାମ୍ବାଦିକ,ପ୍ରେସ କ୍ଲବର ସମସ୍ତ ସଦସ୍ୟ ତଥା ସମସ୍ତ ପୋଲିସ କର୍ମଚାରୀଙ୍କୁ ଏସୋସିଏସନ ପକ୍ଷରୁ ୮୦ଟି ମାସ୍କ ମାଗଣାରେ ବଣ୍ଟନ କରାଯାଇଥିଲା।ଏପରି ସମାଜ ମୂଳକ ପଦକ୍ଷେପ ନେବା ଅଞ୍ଚଳରେ ସ୍ୱାଗତ ଯୋଗ୍ୟ ବୋଲି କୁହାଯାଇଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts