ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଧର ପଣ୍ଡାଙ୍କ ସ୍ମୃତିଚାରଣ ସଭା
ଡେଲାଙ୍ଗ------ ଡେଲାଙ୍ଗ ଶିକ୍ଷା ବିଭାଗ ଅଧିନରେ ଥିବା ପ୍ରହରାଜପୁର ବାନାମ୍ବର ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ମୁକ୍ତା ମଣି ନୋଡାଲ ବାହ୍ମଣ ତରବୋଇ ବିଦ୍ୟାଳୟରେ ସ୍ୱର୍ଗତ ବିଦ୍ୟାଧର ପଣ୍ଡା ଶିକ୍ଷକତା କରି ଲୋକପିୟ ଥିଲେ । ଶିକ୍ଷକତା ସହିତ ହୋମିଓପାଥି ଚିକିତ୍ସକ ଭାବେ ଜନସେବା କରୁଥିଲେ । ଇତି ଅବସରରେ ଆଳିସ ବାସଭବନରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଶିକ୍ଷକନେତା ଡମ୍ବୁରଧର ମୁଦୁଲି ଅଧ୍ୟକ୍ଷତା କରିଥିଲେ । ମଣ୍ଡଳ ଅତିରିକ୍ତ ଶିକ୍ଷା ଅଧିକାରୀ ରବି ନାରାୟଣ ମହାପାତ୍ର, ଯୁଧିଷ୍ଠିର ପରିଡା, ପିପିଲି ଆତ୍ମାର ସଭାପତି ଧରଣୀ ଧର ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ସ୍ୱାଇଁ, ରାଜ କିଶୋର ପ୍ରଧାନ, ନକୁଳ ପରିଡା, ଲିଙ୍ଗରାଜ ସାହୁ, ଶିକ୍ଷକ ରବୀନ୍ଦ୍ର ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ସିଆରସିସି ଦୀଲିପି ନାୟକ, ଶିକ୍ଷକ ରଶ୍ମି ରଂଜନ ବଡଜେନା, ପ୍ରାକ୍ତନ ଛାତ୍ର ତଥା ଶିକ୍ଷକ ରବୀନ୍ଦ୍ର ନାଥ ବେହେରା, ଫକୀର ଚନ୍ଦ୍ର ଦାସ, ଭଗବାନ ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ସନ୍ତୋଷ ବେହେରା ଓ ବୁଦ୍ଧିଜିବୀ ପ୍ରଫୁଲ ରଥ. ପୁତ୍ରବଧୁ ସଂଧ୍ୟାରାଣି ପଣ୍ଡା . ପୁତ୍ର ବିଶ୍ୱଜିତି ପଣ୍ଡା , ଭାଇ ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଶିକ୍ଷକଙ୍କ ଗୁନଗାନ କରିବା ସହ ସୁ ଶିକ୍ଷାଦାନ, ସାଂଗଠନିକ ସମ୍ପର୍କେ ମତ ରଖିଥଲେ । ଶିକ୍ଷକ ଅଭୟ ଚରଣ ସାହୁ ଓ କନ୍ୟା ପୁସ୍ପିତା ପଣ୍ଡା ସ୍ମୃତିଚାରଣ ସଭାକୁ ସଂଯୋଜନା କରିଥିଲେ । ବିଷ୍ଣୁଦତ୍ତ ପଣ୍ଡା ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି