Breaking News

ଶେଷ ଦିନ ମାଟ୍ରିକ ପରିକ୍ଷାରେ ୫ ଜଣ ଛାତ୍ର କପି କରି ଧରା ପଡିଲେ

ବେଗୁନିଆ-- ଗତ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ଆଜି ଥିଲା ଶେଷ ଦିନ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ମୋଟ ୧୦ ଗୋଟି କେନ୍ଦ୍ରରେ ୧୮୩୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ  ପ୍ରାୟ ୧୭୯୬ ଜଣ ପରିକ୍ଷା ଦେଉଥିବା ବେଳେ ସେମାନଙ୍କ ମଧ୍ୟରୁ  ୩୪ ଜଣ  ଅନୁପସ୍ଥିତ ଥିଲେ । ଆଜି ଶେଷ ଦିନରେ  ବୋର୍ଡରୁ  ଆସିଥିବା ସ୍କାର୍ଡ ପାର୍ଟି  ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିବା ବେଳେ  ଗୁଡୁମ ପତିତପାବନ ଉଚ୍ଚ ବିଦ୍ୟାଳୟରେ ୩ ଜଣ,ସିକୋ ଚନ୍ଦ୍ର ଶେଖର ଦେବ ଉଚ୍ଚ ବିଦ୍ୟାଳୟରେ ୧ ଜଣ  ଓ ଡଙ୍ଗରପଡା ଲିଙ୍ଗରାଜଦେବ ଉଚ୍ଚ ବିଦ୍ୟାଳୟରେ ୧ ଜଣ ଛାତ୍ର କପି କରୁଥିବା ବେଳେ  ସେମାନଙ୍କ ହାତରେ ଧରାପଡି ଏମ୍‌.ପିରେ ବୁକ ହୋଇଥିବାର ଜଣାପଡିଛି । ବିଭିନ୍ନ କେନ୍ଦ୍ରରେ  ଅନୁପସ୍ଥିତ ଥିବା  ୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ନ ଦେବା ପଛରେ ବିଭିନ୍ନ କାରଣ ରହିଥିବାର  ଶୁଣିବାକୁ ମିଳୁଛି । ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts