"କରୋନା"ର ମୁକାବିଲା ପାଇଁ ଏନଏସି ତଥା ବିଭିନ୍ନ ପଞ୍ଚାୟତ ପରିଦର୍ଶନ କଲେ ଜିଲ୍ଲାପାଳ..
ବରଗଡ଼---- ଅତବିରା ଅଞ୍ଚଳରେ କରୋନା ସଂକ୍ରମଣ ରୋକିବା ପାଇଁ ଏନଏସି ତଥା ବ୍ଲକ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଯଦିଓ ଆମକୁ ବଞ୍ଚିବାର ଅଛି ତାହେଲେ ନିଜେ ନିଜକୁ ସତର୍କତା ସହ ଅନ୍ୟ ଲୋକଙ୍କୁ ସତର୍କତା କରାଇବା ଆମର କର୍ତ୍ତବ୍ୟ।ଆଜି ଏନେଇ ବରଗଡ଼ ଜିଲ୍ଲାପାଲ ଜ୍ୟୋତିରଞ୍ଜନ ପ୍ରଧାନ ଏନଏସି କାର୍ଯ୍ୟାଳୟ,ବିଭିନ୍ନ ୱାର୍ଡ,ଏତଦ ବ୍ୟତୀତ ଲାଦେର ପାଲି ଆଇସିଏଲ ବିଲ୍ଡିଂଙ୍ଗ ଠାରେ ଖୋଲାଯାଇଥିବା କେନ୍ଦ୍ର ଗୁଡିକ ବ।ଏହାପରେ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଣବ ଚାନ୍ଦକୁ ସମସ୍ତ ୠଗୁଡିକ ଯେପରି ଶୀଘ୍ର ଖୋଲାଯାଇ ସେଠାରେ ଶୌଚାଳୟ, ପାନୀୟଜଳ,ବିଦ୍ୟୁତ,ଇନଭାଇଟର ଓ ସ୍କୁଲ ମାନଙ୍କୁ ଚୂନ ମାରିବା ସହ ସଜବାଜ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହି ସବୁ କେନ୍ଦ୍ରଗୁଡିକୁ ତଦାରଖ କରିବା ପାଇଁ ଅତାବିରା ତହସିଲଦାର ହୃଦାନନ୍ଦ ଅଡ୍ଡା,ବ୍ଲକ ଏସିସଷ୍ଟାଣ୍ଡ ଇଞ୍ଜିନିୟର,ପଞ୍ଚାୟତ ଅଧିକାରୀ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତପସ୍ୱିନୀ ଗୁରୁ,କାମ କରିବା ଠିକାଦାର ଅରୁଣ ହୋତା, ରାଜସ୍ୱ ଅଧିକାରୀଙ୍କୁ ନେଇ ଟୋପ ହାଇସ୍କୁଲ ,ଝିଲିମିଣ୍ଡାହାଇସ୍କୁଲ, କୁଳୁଣ୍ଡା, ପାହାଡ଼ଶ୍ରୀଗିଡା,ସିଲେଟ,ଲରାସରା ଓ ଲହଣ୍ଡା କେନ୍ଦ୍ର ମାନଙ୍କୁ ବୁଲି ଦେଖିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ