Breaking News

ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

ବରୀ----ବରୀବ୍ଲକ ଅନ୍ତର୍ଗତ ଅଟିରା ପଞ୍ଚାୟତ ସ୍ଥିତ ସନ୍ଥନମଠ ନିକଟରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ମଙ୍ଗବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ସଭାପତି ପ୍ରମୋଦ କୁମାର ବିଶ୍ୱାଳ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ  ।  ଅନୁଷ୍ଠିତ ଉତ୍ସବରେ ବରୀ ବିଧାୟିକା ସୁନନ୍ଦା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ  । ବିବେକାନନ୍ଦଙ୍କ ଜୀବନି ଶିର୍ଷକ ବର୍ଣ୍ଣନା କରି କୋମଳମତି ଶିଶୁମାନଙ୍କୁ ଗଢିବାରେ ଗୁରୁଜି ଗୁରୁମାଙ୍କର ଯେତିକି ଭୂମିକା ରହିଛି । ଏହାର ଦ୍ୱିଗୁଣ ମା ମାନଙ୍କର ଭୂମିକା ରହିଛି ବୋଲି ଉପସ୍ଥିତ ଅଭିଭାବକ ଓ ମା ମାନଙ୍କୁ  ବିଧାୟିକା  କହିଥିଲେ । ବାର୍ଷିକ କ୍ରିଡା, ବିଜ୍ଞାନ, ଚିତ୍ରକଳାରେ କୃତିତ୍ୱ ଅର୍ଜ୍ଜନ କରିଥିବା କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ବିଧାୟିକା ଦାସ ପୁରସ୍କାର ବିତରଣ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶୁକଦେବ ପାତ୍ର ବାର୍ଷିକ ବିବରଣି ପାଠ କରିଥିଲାବେଳେ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଟିରା ସରପଞ୍ଚ ରିନା ରାଣି ଧଳ, ଅଟିରା ସମିତି ସଭ୍ୟା ଅନ୍ନପୂର୍ଣ୍ଣା ମହାନ୍ତି, ଶିକ୍ଷାକେନ୍ଦ୍ର ସଦସ୍ୟ ହେମନ୍ତ କୁମାର ମହାପାତ୍ର, ବ୍ରଜମୋହାନ ସାହୁ,କ୍ଷିରୋଦ ଦାସ,ଅରବିନ୍ଦ ମହାନ୍ତି,ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ସନ୍ତୋଷ କୁମାର ଜେନା ଧନ୍ୟବାଦ ଦେଇଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts