ରାସ୍ତା ତଳକୁ ଓଲଟଲା ବସି ; ୭ ଗୁରୁତର
ବରୀ---- ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବନ୍ଧଢିଆ ପଞ୍ଚାୟତର ମଠ ସାହି ନିକଟରେଏକ ଯାତ୍ରୀବାହି ବସ ମଙ୍ଗଳବାର ସକାଳେ ଓଲଟି ପଡିବାରୁ ୭ ଜଣ ଗୁରତ୍ର ହୋଇଥିବା ଜଣାପଡିଛି । ଆହତ ମାନଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଥିବା ଜଣାପଡିଛି । ଜଣାଯାଇଛି ଯେ ବରୀ ବ୍ଲକ ଖରି ପଡିଆ ଠାରୁ ସକାଳେ ମା ମଙ୍ଗଳା ଯାତ୍ରୀବାହୀ ବସ୍ ଗୋଳକୁଣ୍ଡ ଦେଇ କଟକ ଅଭିମୁଖେ ଯାତ୍ରା କରୁ ଥିବାବେଳେ ଡ୍ରାଇଭରର ବେପାରୁଆ ଗାଡି ଚାଳନା ପାଇଁ ବସ୍ ଟି ଉଲଟି ପଡିଥିଲା ବୋଲି ଦେଖାଣାକାରୀ ମାନଙ୍କ ଠାରୁ ସୁଚନା ମିଳିଛି । ସ୍ଥାନୀୟ ଲୋକମାନେ ଆହତ ହୋଇଥିବା ଲୋକମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତର ଖାନାକୁ ପଠାଇଥିଲେ । ଏହି ବସ୍ ରେ ୧୫ରୁ ଉର୍ଦ୍ଧ ଯାତ୍ରୀ ବସି ଥିଲାବେଳେ ୭ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ପଦ୍ମିନୀ ଜେନା(୨୫) ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ବସଟଇକୁ ଜବତ କରି ତଦନ୍ତ ଜାରି ରଖିଛି ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ