ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବେଗୁନିଆ---- ବେଗୁନିଆ ସଦର ମହକୁମାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏ ନେଇ ସଭାକୁ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ କୁମାର ଦଳବେହେରା ଅଧ୍ୟକ୍ଷତା କରିଥିଲେ । ସଭାରେମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ବ୍ଲକ ଅଧ୍ୟକ୍ଷା ଜାନକୀ ସ୍ୱାଇଁ ମୁଖ୍ୟବକ୍ତା,ଗୋଷ୍ଠୀ ଶିକ୍ଷାଧିକାରୀ ସୁରେନ୍ଦ୍ର ମଙ୍ଗରାଜ,ତହସିଲଦାର ବିବେକାନନ୍ଦ ପରିଡା,ପୂର୍ବତନ ଅଧ୍ୟକ୍ଷା ରଶ୍ମିବାଳା ପରିଡା,ତହସିଲଦାର ବିବେକାନନ୍ଦ ପରିଡା,ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲଛମନ ପରିଡା ଓ ଏବିଇଓ ବିଷ୍ଣୁ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଭଲ ପାଢ ପଢି ଦେଶ ଓ ଜାତି ପାଇଁ ଟେକ ରଖିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସଭାର ପ୍ରାରମ୍ଭରେ ଶିକ୍ଷୟତ୍ରୀ ଶଙ୍ଖମୁଦ୍ରା ଥାଟୋଇ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁସ୍କୃତ କରିଥିବା ବେଳେ ଶିକ୍ଷୟତ୍ରୀ ଦିବ୍ୟଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶିକ୍ଷକ ଅକ୍ଷୟ କୁମାର ମଲ୍ଲିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା