Breaking News

ହଟ୍ଟକେଶ୍ୱର ମକରମହୋତ୍ସବ ତୃତୀୟ ସନ୍ଧ୍ୟା

ବେଗୁନିଆ,---- ବେଗୁନିଆ ବ୍ଲକ ବାଘମାରୀ ସ୍ଥିତ  ହଟ୍ଟକେଶ୍ୱର ମକର ମହୋତ୍ସବର  ତୃତୀୟ ସନ୍ଧ୍ୟା ଅଟ୍ରୀସ୍ଥିତ ଉଷ୍ଣପ୍ରତ୍ସବଣ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏ ନେଇ ମହୋତ୍ସବରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ  ଅଧ୍ୟକ୍ଷତା କରିଥିଲେ । ଏଥିରେ କୃଷି ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି,ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟବକ୍ତା,ଖୋର୍ଦ୍ଧା ଜିଲ୍ଲା ଏସପି ଅଜୟ ପ୍ରତାପ ସ୍ୱାଇଁ ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମିରାବାଇ ବେହେରା,ତହସିଲଦାର ବିବେକାନନ୍ଦ ପରିଡା,ପୂର୍ବତନ ସରପଞ୍ଚ ପ୍ରଫୁଲ ସାମନ୍ତରାୟ ଓ ଅନାଦି ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ  ଶିକ୍ଷକ ସୁଧାକର ସେଠୀଙ୍କ ସମେତ ବହୁ ପ୍ରତିଭାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ଅନୁଷ୍ଠାନ ପକ୍ଷରୁ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଆମ ସଂସ୍କୃତି ତଥା  ନୃତ୍ୟ,ଦାସକାଠିଆ,ପାଲା,ଧୁଡୁକି ଆଦି ପରିବେଷଣ ହୋଇଥିଲା ।  ଶେଷରେ ମହୋତ୍ସବର ସାଧାରଣ ସମ୍ପାଦକ ଦିଲ୍ଲୀପ ମହାପାତ୍ର ଧନ୍ୟବାଦ ଦେଇଥିଲେ । 
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts