ଗରାମ ଓ ତିର୍ତ୍ତୋଲରେ ଧାନମଣ୍ଡି ଖୋଲିଲା
କୁଜଙ୍ଗ-----ତିର୍ତ୍ତୋଲ ବ୍ଲକ ଗରାମ ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ ହୋଇଛି । ଏସସିଆରସି ରଞ୍ଜିତ ସାହୁ, ସମିତିର ସଭାପତି ଚିତ୍ତରଞ୍ଜନ ନାୟକ, ସମ୍ପାଦକ ଅଜୟ ରଥ, ପୂର୍ବତନ ସରପଞ୍ଚ ତଥା ଡାଇରେକ୍ଟର ବୋର୍ଡ ସଭ୍ୟ ଡାକ୍ତର କିଶୋର କୁମାର ସାହୁ, ନିହାର ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ମଣ୍ଡିକୁ ଉଦଘାଟନ କରିଥିଲେ । ପ୍ରଥମ ଦିନରେ ୩୦ ଜଣ ଚାଷି ଧାନ ବିକ୍ରୟ କରିଥିଲେ । ସେହିପରି ତିର୍ତ୍ତୋଲ ସେବା ସମବାୟ ସମିତିର ନୂତନ ଧାନମଣ୍ଡି ତିର୍ତ୍ତୋଲ କୁମାରୋତ୍ସବ ଜୟପ୍ରକାଶ ମଇଦାନରେ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଜିଲା ପରିଷଦ ସଭ୍ୟ ପ୍ରବୀର ରାୟ ଅତିଥି ଭାବେ ଯୋଗଦେଇ ଧାନ ମଣ୍ଡି ଉଦ୍ଘାଟନ କରିଥିଲେ । ସମିତିର ସଭାପତି ଶୁଶାଂସୁ ଶେଖର ଦାସ, ସମ୍ପାଦକ ସୁଧୀର କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ଦାସ, ଆଲୋକ ଓଝା, ସନ୍ତୋଷ ମହାନ୍ତି, ପୂଜକ ଅଭୟ କୁମାର ପଣ୍ଡା, କେଦାର ଲେଙ୍କା, ଗଙ୍ଗାଧର ସ୍ୱାଇଁ, ସମୀର ସାହୁ, କିଶୋର ଓଝା, ଜୟନ୍ତ କୁମାର ଲେଙ୍କା, ଉତ୍ତମ କୁମାର ମହାନ୍ତି, ସୁରେନ୍ଦ୍୍ର ସେଠୀ, ଅରୁପ ନାରାୟଣ ଓଝା, ସମିତିର ପୂର୍ବତନ ସଭାପତି ବିରଞ୍ଚି ମହାପାତ୍ରଙ୍କ ସମେତ ପରିଚାଳନା ବୋର୍ଡ ସଭ୍ୟ ଓ ବାଷୀ ।ମନେ ଉପସ୍ଥିତ ଥେôଲ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର