Breaking News

କଳା ଓ ସାହିତ୍ୟ ବିନା ସମାଜ କେବେ ପରିପୁର୍ଣ୍ଣ ନୁହେଁ

କୁଜଙ୍ଗ----  ତିର୍ତ୍ତୋଲ ନିକଟସ୍ଥ ତେନ୍ତୁଳିପଦା ଆଦିକବି ସାରଳା ଦାସଙ୍କ ସମାଧିପୀଠ ପରିସରରେ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ନିତ୍ୟାନନ୍ଦ ଜେନା ସଭାପତିତ୍ୱ କରିଥିଲେ । କଳା ଓ ସାହିତ୍ୟ ବିନା ସମାଜ କେବେ ପରିପୁର୍ଣ୍ଣ ହୋଇନଥାଏ ବୋଲି ଯୋଗଦେଇଥିବା ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି । ମୁଖ୍ୟଅତିଥି ଭାବରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟକ ଶାନ୍ତନ କୁମାର ଆଚାର୍ଯ୍ୟ , ସମ୍ମାନିତ ଅତିଥି ପାରାଦ୍ୱୀପ ଇଫକୋର ଡିଜିଏମ ଜ୍ଞାନଚାନ୍ଦ ଆଚାର୍ଯ୍ୟ, ବରେଣ୍ୟ ଅତିଥି ପ୍ରଫେସର ଅଗସ୍ତି କାନୁନ୍‌ଗୋ , ପୂର୍ବତନ ଡେପୁଟି କଲେକ୍ଟର ସୁରେଶ ଚନ୍ଦ୍ର ମହାନ୍ତି, ଡଃ ବିଷ୍ଣୁପ୍ରିୟା ଦାସ, ଅଧ୍ୟାପକ ଉମାକାନ୍ତ ନାୟକ, ପତିତପାବନ ହୋତା, ଚିତ୍ତରଞ୍ଜନ ପରିଜା, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକାରୀ ସଭାପତି ଗୋଲୋକ ବିହାରୀ ପଲାଇ ସ୍ୱାଗତ ଭାଷଣ ଓ  ଅତିଥି ପରିଚୟ ପ୍ରଦାନ କରିଥିଲେ ।  ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏଇ ଅବସରରେ ଅତିଥି ମାନଙ୍କ ଦ୍ୱାରା ସଂସଦର ମୁଖପତ୍ର ‘ଋତୁପର୍ଣ୍ଣା ’ ଓ ସମ୍ପାଦିକାଙ୍କ ଦ୍ୱାରା ରଚିତ ଗୀତି କବିତା ପୁସ୍ତକ ‘ପ୍ରଣୟ ଇସ୍ତାହାର’ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ପ୍ରତିଭାଧର ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରତିଭା ଅନ୍ୱେଷଣ ‘ମହ୍ଲାର’ର କୃତିପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଶିଶୁ ନୃତ୍ୟଶିଳ୍ପୀ ସାଇ ଋତୁପର୍ଣ୍ଣାଙ୍କ ଅତିଥି ଅଭିନନ୍ଦନ ନୃତ୍ୟ ସଂଗୀତ ଆକର୍ଷଣୀୟ ହୋଇଥିଲା । ପରମାନନ୍ଦ ମିଶ୍ର, ଅରୁଣ ସାମନ୍ତରାୟ, ପ୍ରଭାତ ପରିଜା, ଚୌ. ରାଧାମୋହନ ପରିଜା, ନିତ୍ୟାନନ୍ଦ ନାୟକ, ବାସବ କୁମାର ନନ୍ଦ, ଝୁଲରାମ ଦାସ, ଦିଗମ୍ବର ରାଉତ, ଗୌରହରି ପରିଡା, ଭାଗିରଥି ପରିଜା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସହସମ୍ପାଦିକା ସବିତା ନାୟକ ଧନ୍ୟବାଦ ଦେଇଥିଲେ ।  ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts