Breaking News

ଅତାବିରା ମହାବିଦ୍ୟାଳୟରେ ଯକ୍ଷ୍ମା ନିରାକରଣ ସଚେତନତା କାର୍ଯ୍ୟକ୍ରମ



 ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ମହାବିଦ୍ୟାଳୟ ପରିସରରେ ବରଗଡ଼ ଜିଲ୍ଲା ଯୁବ ରେଡ଼କ୍ରସ ଓ ଅତାବିରା ଯୁବ ରେଡ଼କ୍ରସର ମିଳିତ ସହଯୋଗରେ ଯକ୍ଷ୍ମା ନିରାକରଣ ପାଇଁ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ ରଞ୍ଜନ ପଟନାୟକଙ୍କ ସଭାପତିତ୍ୱ କରିଥିଲେ।  କଲେଜର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ହେବା ସହ ଯକ୍ଷ୍ମା ରୋଗକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା କରାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତାବିରା ପବ୍ଲିକ ହେଲଥ ଏକଜୁକେଟିବ ହୀରାଲାଲ ମେହେର,ଅତାବିରା ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସୁଦର୍ଶନ ପ୍ରଧାନ ଓ ଅତାବିରା ସିନିୟର ଟିର୍ଟମେଣ୍ଟ ସୁପଭାଇଜର ପ୍ରଭାସ କୁମାର ରଥ ମଞ୍ଚସିନ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ ପରମାନନ୍ଦ ରଥ ଅତିଥି ପରିଚୟ ପ୍ରଦାନ ସହ ଯକ୍ଷ୍ମା ଉପରେ କିପରି ଯତ୍ନବାନ ହେବେ ସେ ଦିଗରେ ମତବ୍ୟକ୍ତ କରିଥିଲେ।ଉପସ୍ଥିତ ମଞ୍ଚସିନ ଅତିଥିମାନେ ଯକ୍ଷ୍ମା ରୋଗର ନିରାକରଣ ଉପରେ ତଥା ସରଳ ଉପାୟରେ କିପରି ଔଷଧ ଖାଇ ଯକ୍ଷ୍ମା ରୋଗରୁ ମୁକ୍ତି ପାଇବେ ସେଦିଗରେ ଆଲୋକପାତ କରିଥିଲେ। ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ୬ମାସ କାଳ ସରକାରୀ ଔଷଧ ଖାଇ ଅତାବିରା ଅଞ୍ଚଳରେ ସୁଦାମ ସେଟ ନାମକ ବ୍ୟକ୍ତି ସୁସ୍ଥ ସମାଜରେ ଯକ୍ଷ୍ମା ରୋଗର ହିରୋ ବୋଲି ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥଲେ।କାର୍ଯ୍ୟ କ୍ରମରେ ଅଧ୍ୟାପିକା ମୋନିକା ପ୍ରଧାନ,ମାନଭଞ୍ଜନ ପ୍ରଧାନ ତଥା ସମସ୍ତ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିବାବେଳେ ଅତାବିରା ଯୁବ ରେଡ଼କ୍ରସ ତଥା ବିଜ୍ଞାନ ପ୍ରାଧ୍ୟାପକ ଅଶ୍ୱିନୀ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। 
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts