ଲରମ୍ଭା ମହାବିଦ୍ୟାଳୟରେ ଆରମ୍ଭ ହେଲା ଓଡ଼ିଶା ରାଜ୍ୟ ବିଶ୍ୱବିଦ୍ୟାଳୟର ଶାଖା
ବରଗଡ଼ --- ଲରମ୍ଭା ମହାବିଦ୍ୟାଳୟ ଲରମ୍ଭା ଠାରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଅଧ୍ୟୟନ କେନ୍ଦ୍ର ଆରମ୍ଭ ହୋଇଯାଇଛି। ଚଳିତବର୍ଷ ଠାରୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞାପନ ବାହାରିଛି।ପ୍ରତି ରବିବାର ଦିନ ଏହି କେନ୍ଦ୍ରରେ ଶିକ୍ଷାଦାନ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଅଛି।ମହା ବିଦ୍ୟାଳୟର ବାର୍ଷିକୋତ୍ସବ ଅବସରରେ ମୁଖ୍ୟ ଅତିଥି (ଓଏସଓୟୁ)ର କୁଳପତି ଡଃ ଶ୍ରୀକାନ୍ତ ମହାପାତ୍ର ଆସି ଘୋଷଣା କରିବାର ଦୁଇଦିନ ଭିତରେ ଏହା ଆରମ୍ଭ ହୋଇଥିବାରୁ ଅଞ୍ଚକରେ ଖୁସିର ଲହରୀ ଖେଳିଯାଇଛି।ଗତ ରବିବାର ଅଧ୍ୟକ୍ଷ ଡ଼ଃ ନରେନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକାଡେମୀ ସହଯୋଗୀ ଡ଼ଃ ଅନ୍ତର୍ଯ୍ୟାମୀ ବେରିହା,ରେଜିଷ୍ଟାର ସେକ୍ରେଟାରୀ ରାଧାକାନ୍ତ ସୁନା,ଜୁନିୟର ସହଯୋଗୀ କ୍ଷୀରୋଦ ବିହାରୀ ବେହେରା ଓଏସଓୟୁ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।ଉତ୍ସବରେ ପ୍ରଫେସର ହରିହର ଦାଶ, ପ୍ରଫେସର ଗୋରାଚାନ୍ଦ ମହାପାତ୍ର,ଗୋପାଳ ପଣ୍ଡା,ପବିତ୍ର ମାହାନା,ଗଣେଶ ସିଂ,ଶିଶିର ସାହୁ,ତୋଷରାଜ ଖମାରୀ ଉପସ୍ଥିତ ଥିବାବେଳେ କୋଡ଼ିନେଟର ଡ଼ଃ ଦିଗାମ୍ବର ଚାନ୍ଦ ସଭା ପରିଚାଳନା କରିଥିଲେ।ଶେଷରେ ଡ଼ଃ ଅଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ