Breaking News

ଅତାବିରା ଥାନା ଅଞ୍ଚଳରେ ଚୋରି, ଡକାୟତି ବୃଦ୍ଧି, ପୋଲିସ ହାତ ବାନ୍ଧି ବସିଛି


 N Das
Baragarh
 ବରଗଡ଼----  ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ପୋଲିସ ଅବହେଳା ଯୋଗୁଁ ଦିନକୁ ଦିନ ଚୋରି, ଡକାୟତି,ଲୁଟମାର ଘଟଣା ଠାରୁ ଆରମ୍ଭ କରି ବୋମା ବିସ୍ପୋରଣ ଘଟଣା ପର୍ଯ୍ୟନ୍ତ ଘଟି ଚାଲିଛି । ଖୁଲେ ଆମରେ ଘୁଡୁଘୁଡୁ ପଟି,ସଟା ଖେଳ ମାଫିଆମାନେ ପୋଲିସକୁ ଖୋଲା ଖୋଲି ଚାଲେଞ୍ଜ କରିବା ସହ ବେଆଇନ ଭାବରେ ରାଜରାସ୍ତା ତଥା ଗାଁ ଗହଳି ମାନଙ୍କରେ ତାଙ୍କର କାୟା ବିସ୍ତାର କରି ନିରୀହ ଖଟିଖିଆଙ୍କୁ ଲୁଟି ଚାଲିଛନ୍ତି। ନାମକୁ ମାତ୍ର ପୋଲିସ ପହରା ଓ ସିସି କ୍ୟାମେରା ଲାଗିଛି। ହେଲେ ଅତାବିରରେ ଦିନକୁ ଦିନ ନୂଆଁ ନୂଆଁ ଚେହେରା ସାଙ୍ଗକୁ ଚୋରି ଏବେ ନିତିଦିନିଆ ସାଜିଛି।ଏପରିକି ପୂର୍ବରୁ ମଧ୍ୟ ଚୋର ଓ ଡକାୟତ ଦିନ ଦ୍ବୀପହରେ ଜାତୀୟ ରାଜପଥ କଡରୁ ସରକାରୀ ବେସରକାରୀ ସିସି କ୍ୟାମେରା ସାମ୍ନାରୁ ସମସ୍ତଙ୍କ ଆଖିରେ ଧୂଳି ମାରି  ଚମ୍ପଟ ମାରିଥିବାର ମଧ୍ୟ ନଜିର ରହିଛି। ହେଲେ ଏପର୍ଯ୍ୟନ୍ତ ପୋଲିସର ହାତ ଖାଳି ରହିଛି। ବିଭିନ୍ନ ଘଟଣା ସାଙ୍ଗକୁ ମର୍ମନ୍ତୁଦ ଦୁର୍ଘଟଣା ମାନ ଘଟି ସାରିଛି କିନ୍ତୁ ଅତାବିରା ପୋଲିସ ଘଟଣାର ଉନ୍ମୋଚନ କରିପାରିନଥିବାର ଜନସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି।ଯାହାକି ଗତକାଲି ରାତ୍ରିରେ ଚୋର ମାନେ ଅତାବିରା ମୁଖ୍ୟ ଛକ ନିକଟରେ ଥିବା ପରିବା ମାର୍କେଟରେ ବିଭିନ୍ନ ଦୋକାନରୁ ଏକ ସଙ୍ଗେ ଚୋରି କରି ପୋଲିସ କୁ ଚାଲେଞ୍ଜ ଦେଇଛନ୍ତି । ତେବେ ସିସି କ୍ୟାମେରା ଚୋରଙ୍କ ପାଇଁ ନାଁ ଆଉ କାହା ପାଇଁ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହେବା ସାଙ୍ଗକୁ ପୋଲିସ ଉପରୁ ଧୀରେ ଧୀରେ ଲୋକଙ୍କ ଆସ୍ଥା ତୁଟିଯାଉଛି।ଏହା ସହ ଅତାବିରା ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ସାଙ୍ଗକୁ ପାଟ୍ରୋଲିଂ ବ୍ୟବସ୍ଥା ନଥିବାରୁ ଚୋରି ବୃଦ୍ଧି ପାଉଛି । ତୁରନ୍ତ ଏସପି ଏ ଦିଗ ପ୍ରତି ନଜର ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts